ଟ୍ରକକୁ ବାଇକ ଧକ୍କା ଦେଇ ଦୁଇ ଗୁରୁତର।

Jun 06, 2025 - 06:15
0 142

ଝରିଗାଁ,୬l୬(ଷ୍ଟାର ନିୟୁଜ ଓଡିଶା ):  ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଗ୍ରାମ ନିକଟରେ ଟ୍ରକ ସହ ବାଇକ ଧକ୍କା ହେବା ଯୋଗୁଁ ଦୁଇ ବାଇକ ଆରୋହି ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ନକ୍ସାପଦର ଗ୍ରାମର ନକୁଳ ଜାନୀ (୨୦) ଏବଂ କବିରାଜ ଜାନୀ (୨୨) ବାଇକ ଯୋଗେ ଡିଜେଲ ପାଇଁ ଝରିଗାଁ ଆସିଥିଲେ।ଝରିଗାଁ ଠାରୁ ଡିଜେଲ ନେଇ ଘରକୁ ଯିବା ସମୟରେ ପ୍ରାୟ ଅପରାହ୍ନ ଏକ ଘଣ୍ଟା ସମୟରେ ଚକଲାପଦର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଥିଲା।ଫଳରେ ଦୁଇ ଜଣ ଛିଟିକି ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ବେଖି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ।ତେବେ ନକୁଳର ଡାହାଣ ଗଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ କବିରାଜଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି।ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User