ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ–ମୁନିଗୁଡ଼ା ରେଳ ସେକ୍ସନ ପରିଦର୍ଶନ ଯାତ୍ରୀ ସୁବିଧା, ନିରାପତ୍ତା ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

Jun 26, 2026 - 20:52
0 27
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ–ମୁନିଗୁଡ଼ା ରେଳ ସେକ୍ସନ ପରିଦର୍ଶନ ଯାତ୍ରୀ ସୁବିଧା, ନିରାପତ୍ତା ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

କେସିଙ୍ଗା,୨୬l୬ (ଷ୍ଟାର ନିୟୁଜ ଓଡିଶା ):ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ଟିଟିଲାଗଡ–ମୁନିଗୁଡ଼ା ରେଳ ସେକ୍ସନର ବ୍ୟାପକ ନିରୀକ୍ଷଣ କରି ରେଳ ସୁରକ୍ଷା, ଯାତ୍ରୀ ସୁବିଧା ଓ ଚାଲୁଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।
ନିରୀକ୍ଷଣ ସମୟରେ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ପରିଚାଳନା, ଯାତ୍ରୀ ସୁବିଧା, ନିରାପତ୍ତା ବ୍ୟବସ୍ଥା ଓ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଇଥିଲା। ମହାପ୍ରବନ୍ଧକ ନିରାପଦ ଓ ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ଷ୍ଟେସନଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ଉନ୍ନତି, ସର୍କୁଲେଟିଂ ଏରିଆର ବିକାଶ, ଲ୍ୟାଣ୍ଡସ୍କେପିଂ ଏବଂ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଚାଲୁଥିବା ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଯାତ୍ରୀଙ୍କୁ ଉନ୍ନତ ଓ ଆଧୁନିକ ସେବା ଯୋଗାଇବା ପାଇଁ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିଦର୍ଶନରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପର ଅଗ୍ରଗତି, ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User