ଅନ୍ତର୍ଜାତୀୟ ଖେଳ ଦିବସ ପାଳିତ।

Aug 29, 2025 - 20:45
0 27
ଅନ୍ତର୍ଜାତୀୟ ଖେଳ ଦିବସ ପାଳିତ।

ଝରିଗାଁ,୨୯l୮(ଷ୍ଟାର ନିୟୁଜ ଓଡିଶା): ଆଜି ମହାନ ହକି ଖେଳାଳି ମେଜର ଧ୍ୟାନଚନ୍ଦଙ୍କ ୧୨୦ତମ ଜନ୍ମ ବାର୍ଷିକୀ ହୋଇଥିବା ବେଳେ ଆଜିର ଦିନକୁ ଅନ୍ତର୍ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଂଚାୟତ ଅନ୍ତର୍ଗତ କର୍ମରୀ ଗ୍ରାମ ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ହକି ଖେଳର ଶୁଭାରମ୍ଭ କରାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ଥାନାର ଏଏସଆଇ ଲକ୍ଷ୍ମୀ ନାରାୟଣ ଦୋରା,ସମ୍ମାନିତ ଅତିଥିଭାବେ ଝରିଗାଁ ଥାନାର ଏଏସଆଇ ମମତା ସେଠି, ମହେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଆବଶ୍ୟକତା ସହ ଆଇନ ସମ୍ପର୍କରେ ସଚେତନ କରିଥିଲେ।ସେହିପରି ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟିର ସଭାପତି ଧନସିଂ କେଉଟ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟର ସହ ଶିକ୍ଷକ ଜଗମୋହନ ଗୋଛି ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ଢାଳି, ୱାଡେନ ମିତାରାଣୀ ଚୌଧୁରୀ ଓ ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଠାରେ ପ୍ରକାଶ ଯେ ହକି ଆମ ରାଜ୍ୟର ଜାତୀୟ ଖେଳର ମାନ୍ୟତା ପାଇଛି,କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ହକି ଖେଳ ପ୍ରତି ପିଲାଙ୍କ ଆଗ୍ରହ ରହୁନାହିଁ।ତେଣୁ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଶିକ୍ଷକ ମାନେ ହକି ପ୍ରଶିକ୍ଷଣ ଦେଲେ ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ବଢ଼ିବାରେ ସହାୟକ ହେବ ବୋଲି ଆଲୋଚନା ହେଉଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User