ଆମ ଆଦମୀ ପାର୍ଟି, କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

Sep 12, 2025 - 15:22
0 109
ଆମ ଆଦମୀ ପାର୍ଟି, କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

ଫୁଲବାଣୀ,୧୨l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ନିକଟବର୍ତ୍ତୀ (ବୌଦ୍ଧ ଯିବାକୁ ରାସ୍ତାରେ) ଏଫ.ସି.ଆଇ ଛକ ପାଖରେ ଥିବା ଆମିଷ ବଜାର ଆଗରେ ସହର ଯାକର ମଇଳା ଏବଂ ଆବର୍ଜନା ପଡ଼ିଥିବା ବିଷୟରେ ଏକ ଅଭିଯୋଗ ପତ୍ର ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଜର୍ବାସ ଦିଗାଲଙ୍କ ନେତୃତ୍ୱରେଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଯାହା ଉଲେଖ ରହିଛିଏଫ.ସି.ଆଇ ଛକ ପାଖରେ ଥିବା ଆମିଷ ବଜାର ସମ୍ମୁଖରେ କୁଢ଼ କୁଢ଼ ସହର ଯାକର ମଇଳା ପକା ଯାଉଛି ଏବଂ ମଇଳାର ଦୁର୍ଗନ୍ଧ ଚିନ୍ତାଜନକ ଅବସ୍ଥା ବିଷୟରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ରାସ୍ତା ଭିତରେ ଏକ ବଡ଼ ଅଳିଆ ଆବର୍ଜନା ଶିଖର ପାହାଡ଼ ପରି ପଡ଼ି ରହିଛି। ଅଳିଆ ଜମା ଏବଂ ଉପଯୁକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ଅଭାବ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି, ଯାହା ବାସିନ୍ଦାଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ୱେ, ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହି ମଇଳା କେବଳ ଏକ ଅପ୍ରିୟ ଦୁର୍ଗନ୍ଧ ସୃଷ୍ଟି କରେ ନାହିଁ ବରଂ କୀଟପତଙ୍ଗ ଏବଂ ମୂଷାଙ୍କୁ ମଧ୍ୟ ଆକର୍ଷିତ କରେ। ଏହା ସ୍ୱାସ୍ଥ୍ୟ ବିପଦକୁ ଆହୁରି ବୃଦ୍ଧି କରୁଛି।ତେଣୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଯଥା ଶୀଘ୍ର ସେ ଅଞ୍ଚଳକୁ ସଫା କରିବା ପାଇଁ ପଦକ୍ଷେପ ନିଆଯାଉ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପରିଷ୍କାର ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଏକ ନିୟମିତ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ଅନ୍ୟତ୍ର କେଉଁଠାରେ କାର୍ଯ୍ୟକାରୀ କରାଯାଉ।

 

ଏଥି ସହିତ ସେହି ସ୍ଥାନରେ ଅବସ୍ଥିତ ଆମିଷ ବଜାର କୋଠା ଦୀର୍ଘ ଦିନ ଧରି ଉଦ୍ଘାଟିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ, ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉ lଅନ୍ୟ ମାନଙ୍କ ମଧ୍ୟରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସାଧାରଣ ସମ୍ପାଦକ ଗିରିଶ ପଟ୍ଟନାୟକ ରାଜ୍ୟ ସଦସ୍ୟ ତଥା ନଗର ସଭାପତି ସୁନିଲ କୁମାର ମୁନି ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିତା ପଟ୍ଟନାୟକ ସଦସ୍ୟ ସତିଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User