କଂଗ୍ରା ସେକ୍ସନ ବନପାଳ କାର୍ଯ୍ୟାଳୟରୁ ସବୁଜ ରଥର ଶୁଭାରମ୍ଭ ।

Sep 9, 2025 - 21:37
 0  60
କଂଗ୍ରା ସେକ୍ସନ ବନପାଳ କାର୍ଯ୍ୟାଳୟରୁ ସବୁଜ ରଥର ଶୁଭାରମ୍ଭ ।

ଝରିଗାଁ,୯l୯ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଂଗ୍ରା ସେକ୍ସନ ର ବନପାଳ କାର୍ଯ୍ୟାଳୟରୁ ଆଜି ସବୁଜ ରଥ ବାହାରି ପଂଚାୟତର ବିଭିନ୍ନ ଗ୍ରାମ ବୁଲି ଚାରା ବିତରଣ କରିଥିବା ଦେଖିବାକୁ ମିଳିଛି |ଚକଳାପଦର ପଂଚାୟତର ସମିତି ସଭ୍ୟ ନୀଳା ପୂଜାରୀ ଉପସ୍ଥିତ ରହି ସବୁଜ ପତାକା ଦେଖେଇ ଆଜି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି |ଅନ୍ୟ ବନ ବିଭାଗର କର୍ମଚାରୀ ଓ ସାଧାରଣ ଜନତା ମାନଙ୍କ ମଧ୍ୟରେ କଂଗ୍ରା ସେକ୍ସନ ର ଫରେଷ୍ଟର ଅମିତ କୁମାର ଦାଶ, ଫରେଷ୍ଟ ଗାର୍ଡ ରମାକାନ୍ତ ସାହୁ, ଗ୍ରାମ ମୁଖିଆ ଉମାକାନ୍ତ ସାହୁଙ୍କ ସମେତ ଗ୍ରାମ ଅନେକ ଜନସାଧାରଣ ସବୁଜ ରଥର ଶୁଭାରମ୍ଭ ସମୟରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରଶଂସା କରିଥିଲେ |ପ୍ରକାଶ ଥାଉକି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ 74ତମ ଜନ୍ମଦିନ ଉପଲକ୍ଷେ ଓଡିଶାରେ 75ଲକ୍ଷ ଚାରା ରୋପଣ କରିବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଏବେ ଓଡିଶାର ପ୍ରତି ପଂଚାୟତରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି |ଶ୍ରୀ ମୋଦୀ ଓଡିଶା ରାଜ୍ୟର ଝରିଗାଁ ନିର୍ବାଚନ ମଣ୍ଡଳୀର ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ପାଇଁ 22100 ଚାରା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଝରିଗାଁ ନିର୍ବାଚନ ମଣ୍ଡଳୀର ପ୍ରତି ପଂଚାୟତକୁ ବାଲିସିମୁ, କାଞ୍ଚନ, ଗମ୍ଭାରୀ, ପଣସ, କାଜୁ, ଫାସୀ, ଜାମୁକୋଳି ଓ ଅଁଳା ଭଳି 500 ଗଛର ଚାରା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ |ଆଜି ତାହା ଫଳପ୍ରଦ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ |ବ୍ଲକର ପ୍ରତ୍ୟେକଟି ପଂଚାୟତରେ ପହଂଚି ସବୁଜ ରଥ ଚାରା ବିରରଣ କରୁଥିବା ଦେଖିବାକୁ ମିଳିଛି |କଂଗ୍ରା ସେକ୍ସନ ବନପାଳ କାର୍ଯ୍ୟାଳୟରୁ ବାହାରିଥିବା ସବୁଜ ରଥକୁ ପଂଚାୟତର ବିଭିନ୍ନ ଗ୍ରାମରେ ସ୍ୱାଗତ ଜରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow