କନ୍ଧମାଳ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଲାଗି ରହିଛି ଛକାପଞ୍ଝା I ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ ଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା I

Sep 04, 2025 - 21:36
0 174
କନ୍ଧମାଳ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଲାଗି ରହିଛି ଛକାପଞ୍ଝା I ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ ଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା I

ଫିରିଙ୍ଗିଆ,୪l୯(ଷ୍ଟାର ନିୟୁଜ):ରାଜ୍ୟ ରାଜନୀତିରେ ଆଦିବାସୀ ଅଧିସୁତ କନ୍ଧମାଳ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି I ବର୍ତମାନ ଜିଲ୍ଲାରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଗୁଡିକ ନିଜନିଜ ଦଳର ଷ୍ଟାଟେଜି କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଅଙ୍କ କସା ଆରମ୍ଭ କରିଦେଇ ଥିବା ବେଳେ ବର୍ତମାନ କଂଗ୍ରେସ ଦଳର ଜିଲ୍ଲା ସଭାପତି ପଦ ପାଇଁ ଆରମ୍ଭ ହୋଇଛି ଅଙ୍କ କସା I ଇତି ମଧ୍ୟରେ ଏହି ଜିଲ୍ଲା ସଭାପତି ପଦ ପାଇଁ ଦଳର ଦୁଇ ରୁ ତିନିଜଣ ଆଗ ଧାଡ଼ିର ନେତା ଆଶାୟୀ ଥିବା ଜଣାପଡିଥିବା ବେଳେ ଆଗାମୀ ଜିଲ୍ଲା ସଭାପତି କିଏ ହେବ ତାକୁ ନେଇ ସାରା ଜିଲ୍ଲାରେ ଆଲୋଚନା ପର୍ଯ୍ୟାଲୋଚନା ଜାରିରହିଛି I ଏହାରି ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାଏକ ଙ୍କ ନା ସବୁଠୁ ଆଗରେ ଓ ଚର୍ଚ୍ଚାରେ ରହି ଆସିଛି I ସୂଚନା ଅନୁସାରେ ଅନାମ ନାଏକ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ରେ ଜଣେ କିରାଣୀ ଭାବରେ ଚାକିରୀ ମଧ୍ୟ କରୁଥିଲେ I ତାଙ୍କର ଚାକିରୀ ଆହୁରି ସତର ବର୍ଷ ବାକି ଥିବା ସମୟରେ ସେ ୨୦୦୩ ମସିହାରେ ଚାକିରିରୁ ସ୍ବେଛାକୃତ ଅବସର ନେଇ କଂଗ୍ରେସ ରେ ଦଳରେ ଯୋଗ ଦେଇ ସକ୍ରିୟ ରାଜନୀତି କୁ ଆସିଥିଲେ I ଏହାସହ ଅଂଚଳର ଜନ ସାଧାରଣ ଙ୍କ ସେବା କରିବା ର ଉତ୍ସାହ ତାଙ୍କୁ ସ୍ୱତଃ ପ୍ରବୃତ ଭାବରେ ରାଜନୀତି କୁ ଟାଣି ଆଣିଥିଲା I ତେବେ ଚାକିରୀ ଛାଡିବା ପରେ ସେ ପ୍ରଥମେ ୨୦୦୩ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲ୍ଲା କଂଗ୍ରେସ ର ଉପସଭାପତି ଦାୟିତ୍ୱ ଗ୍ରହଣ କରିବା ସହ କଂଗ୍ରେସ ପାଇଁ କାମ ଆରମ୍ଭ କରିଥିଲେ I ପରେ ତାଙ୍କର ଲୋକପ୍ରିୟତା ଓ ଦଳର ସାଙ୍ଗଠନିକ ଦକ୍ଷତା ପାଇଁ ତାଙ୍କୁ ରାଜ୍ୟ କଂଗ୍ରେସ ୨୦୧୪ ସାଧାରଣ ନିର୍ବାଚନ ରେ ଜିଲ୍ଲା ନିର୍ବାଚନ କେମ୍ପେନିଙ୍ଗ କମିଟି ର ଅଧକ୍ଷ ଦାୟିତ୍ୱ ଦିଆ ଯାଇଥିଲା I ଏହାପରେ ଅନାମ ନାଏକ ନିଜର ରାଜନୈତିକ ଦକ୍ଷତା ପାଇଁ କଂଗ୍ରେସ ର ରାଜ୍ୟ ରାଜନୀତି ରେ ମଧ୍ୟ ଏକ ଚିହ୍ନା ଚେହେରା ପାଲଟି ଥିଲେ I ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ I ୨୦୨୨ ରେ ରାଜ୍ୟ କଂଗ୍ରେସ ର ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଭଳି ଗୁରୁ ଦାୟିତ୍ୱ ମିଳିଥିବା ବେଳେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ପଦବୀ ରେ ରହି କନ୍ଧମାଳ ଜିଲ୍ଲାରେ କଂଗ୍ରେସ ପାଇଁ ଅନେକ କିଛି କରିଥିଲେ I ପରେ ଜିଲ୍ଲା ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଅନାମ ନାଏକ ଙ୍କୁ ତାଙ୍କର କାର୍ଯ୍ୟଶୈଳୀ ଓ ସାଙ୍ଗଠନିକ ଦକ୍ଷତା ପାଇଁ ୨୦୨୪ ରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ର ଓଡ଼ିଶାର ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ମିଳିଥିଲା I ତେବେ ଅନାମ ନାଏକ କଂଗ୍ରେସ ଦଳର ଜଣେ ସକ୍ରିୟ ଓ ଆଗ ଧାଡ଼ିର ନେତା ଭାବରେ ଦୀର୍ଘ ଏକୋଇସି ବର୍ଷ ଧରି ନିରବଛିନ୍ନ ଭାବରେ କାର୍ଯ୍ୟ କରିଆସୁଥିବା ବେଳେ ଜିଲ୍ଲାର କର୍ମୀ ଓ ନେତା ମାନେ ମଧ୍ୟ ଅନାମ ଙ୍କୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି I ତୃଣ ମୂଳ ସ୍ତରରେ ଦଳର ନେତା ଓ କର୍ମୀ ମାନଙ୍କୁ ସଂଗଠିତ କରିବା ଭଳି ଦକ୍ଷତା ରଖିଥିବା ଅନାମ ନାଏକ କେବଳ ଯେ ରାଜନୀତି ରେ ସକ୍ରିୟ ତାହା ନୁହଁ ସେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ସହ ଜଡିତ ରହି ବିଭିନ୍ନ ପଦପଦବୀରେ ମଧ୍ୟ ରହିଆସିଛନ୍ତି I ତାଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରା ଗାଁରେ ହୋଇଥିବା ବେଳେ ସେ ଜିଲ୍ଲା ପାଣକୁଳ ସମାଜ ର ସଭାପତି ଭାବରେ ମଧ୍ୟ ଦାୟିତ୍ୱ ବାହାନ କରି ଅନୁସୂଚିତ ଜାତି ବର୍ଗ ଙ୍କ ପାଇଁ ବର୍ତମାନ ମଧ୍ୟ ଲଢେଇ କରି ଆସୁଛନ୍ତି I ତେବେ ବର୍ତମାନ ଦଳର ଜିଲ୍ଲା ସଭାପତି ପଦ ପାଇଁ କଂଗ୍ରେସ ରାଜନୀତି ସରଗରମ ରହିଥିବା ବେଳେ ସାରା ଜିଲ୍ଲାରେ ଅନାମ ନାଏକ ଙ୍କ ନାଁ ଚର୍ଚ୍ଚାରେ ରହିଛି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User