କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଧାଇ ମା’ ସାଜିଛନ୍ତି ମଧୁସ୍ମିତା।

କନ୍ଧମାଳ,୧୮l୪:ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରାଯିବ । ଏହା ଦ୍ଵାରା ମାଆ ଓ ଶିଶୁ ସୁସ୍ଥ ରହିବେ। ଯାହାକି ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାରକୁ କମାଇବ । ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ୨୦୧୮ ମସିହାରୁ ପ୍ରସବ ଜାନ ପ୍ରଚ଼ଳିତ କରିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ କ.ନୁଆଗାଁ ଓ ଫିରିଙ୍ଗିଆ ବ୍ଲକ ରେ ସମସ୍ତ ଗର୍ଭବତୀଙ୍କୁ ସୁନିଶ୍ଚିତ ଲକ୍ଷ୍ଯକୁ ଆନୁଷ୍ଠାନିକ ଓ ସୁରକ୍ଷିତ ପ୍ରସବ କରାଇବା ପାଇଁ ୨୦୨୨ ମସିହାରୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି ମଧୁସ୍ମିତା ଜାନି। ଘର ତାଙ୍କର ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ରେ କିନ୍ତୁ ସେବା କରିବାର ଆଗ୍ରହ ତାଙ୍କୁ ଟାଣି ଆଣିଛି ତାଙ୍କ କର୍ମ କ୍ଷେତ୍ରକୁ । ଆଜକୁ ତିନି ବର୍ଷ ହେବ ଫିରିଙ୍ଗିଆ ଓ ସାରଙ୍ଗଡ ଠାରେ ରହି ସ୍ଵାସ୍ଥ୍ୟ ବିଭାଗ ସହିତ ସମନ୍ବୟ ରଖି ୧୦୦୦ରୁ ଉର୍ଦ୍ଧ ଗର୍ଭବତୀଙ୍କୁ ସେବା ଯୋଗାଇବା ସହିତ ଉଭୟ ମାଆ ଓ ଶିଶୁଙ୍କୁ ସୁସ୍ଥ ରଖି ପାରିଛନ୍ତି । ତାଙ୍କର ଦୃଢ ମନୋବଳ ଓ ଚେଷ୍ଟା ପ୍ରଥମେ ଗର୍ଭବତୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ଭୟ ସନ୍ଦେହ କୁ ଦୂର କରି ଏହି ସଫଳତା ପାଇବାରେ ସହାୟକ ହୋଇ ପାରିଛି। ଏହା ବ୍ୟତିତ ଯାନ ମଧ୍ଯରେ ରେ ଥିବା ବ୍ୟବସ୍ଥା ଓ ଓ ସୁବିଧାକୁ ବ୍ୟବହାର କରି ୧୦୦ରୁ ଉଦ୍ଧ ଗର୍ଭବତୀ ଙ୍କୁ ପ୍ରସବ ଯାନ ମଧ୍ଯରେ ପ୍ରସବ କରାଇ ଉଭୟ ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ।
What's Your Reaction?






