କୁଇ ସମାଜ ସେବା ସମିତି ଲାଇନ୍ ପଡା ଶାଖାର ବାର୍ଷିକ ସାଧାରଣ ଉତ୍ସବ ।

Jun 11, 2025 - 22:08
Updated: 1 year ago
0 36

ଖଜୁରୀପଡା, ଚକାପାଦ ୧୧l୬(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା କୁଇ ସମାଜ ସେବା ସମିତି ଲାଇନ୍ ପଡା ଶାଖାର ବାର୍ଷିକ ସାଧାରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ କରୁକସ୍କା ଗ୍ରାମରେ କୁଇ ସମାଜ ସେବା ସମିତି ଲାଇନ୍ ପଡା ଶାଖାର ୧୦ ଓ ୧୧ ଦୁଇଦିନ ଧରି ଶାଖାର ବାର୍ଷିକ ସାଧାରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅତିଥି ଭାବେ କେନ୍ଦ୍ର କୁଇ ସମାଜ ସେବା ସମିତି ଫୁଲବାଣୀ ମୁଖ୍ୟ ସଭ୍ୟ ଶ୍ରୀ ଗୈାତମ ପ୍ରଧାନ , ଉପସଭାପତି ରମାକାନ୍ତ ମଲିକ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର ନାରୀ ସଭାନେତ୍ରୀ ସୌଦାମିନୀ କହଁର, ସମ୍ପାଦିକା ଗୀତାଞ୍ଜଳୀ କହଁର, କୋଷାଧ୍ୟକ୍ଷ ନଳିନୀ ଯାନୀ,ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, କୁଇ ସମାଜ ସେବା ସମିତି ସହସମ୍ପାଦକ ତଥା କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ ,କୁସୁମେଣ୍ଡି ସରପଞ୍ଚ ସୁମତି କହଁର, ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର କହଁର,ବପଲ ମେଣ୍ଡି ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ କହଁର ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ ଉତ୍ସବଟି ସଭାପତି ଶ୍ରୀ ନବକିଶୋର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭା ପରିଚାଳନା ସହସମ୍ପାଦକ ଅଗସ୍ତି ମଲିକ କରି ଥିଲେ । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ଆର୍ଥିକ କ୍ଷେତ୍ରରେ କିପରି କୁଇ ସମାଜ ଓ ଜିଲ୍ଲାର ଉନ୍ନତି ହେବ ସେ ବିଷୟରେ ଆଲେଚନା କରାଯାଇଥିଲା । ଏହା ସହିତ ଆଦିବାସୀ ଲୋକମାନଙ୍କୁ ଶାନ୍ତ ସରଳ ଦେଖି ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଅଣଦେଖା କରାଯିବା ସହିତ ନିର୍ଯ୍ୟାତନା ଦିଆଯାଉଛି । ତେଣୁ କୁଇ ସମାଜ ପକ୍ଷରୁ ଏହାର ପ୍ରତିବାଦ ଆଗାମୀ ଦିନରେ କରାଯିବା ପାଇଁ ବୁଦ୍ଧିଜୀବି ମାନେ କହିଥିଲେ । ଏଥିରେ କୁଇ ସମାଜ ସେବା ସମିତି ଲାଇନ୍ ପଡା ଶାଖାର ସଭାପତି ନବ କିଶୋର କହଁର, ସମ୍ପାଦକ ମଦନ କହଁର, ଉପସଭାପତି ରସାନନ୍ଦ କହଁର, ସହସମ୍ପାଦକ ଅଗସ୍ତି ମଲିକ, କୋଷାଧ୍ୟକ୍ଷ ନିରଞ୍ଜନ କହଁର, ଷଡମୁଠା ଶାଖା ସଭାପତି ଭାଗିରଥି କହଁର, ବେଙ୍ଗ୍ରିକିଆ ଶାଖା ସମ୍ପାଦକ ଲଳିତ କୁମାର ମଲିକ, ବେଙ୍ଗ୍ରିକିଆ ଓ ବରଗୋଛା ସମ୍ମନୟ ସମିତି ଖଜୁରୀପଡ଼ା ସଭାପତି ଶରତ କୁମାର ଯାନୀ, ଦୁଇଟି ଉପଶାଖା ସଭାପତି, ସମ୍ପାଦକ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିବା ବେଳେ ଅଞ୍ଚଳର ପ୍ରାୟ ୫ ଶହରୁ ଉର୍ଦ୍ଧ କୁଇ ସମାଜ ପ୍ରେମୀ ଅଂଶଗ୍ରହଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User