କୋଷାଗୁମୁଡା ବ୍ଲକରେ ଚାଉଳ ହେରଫେର ହେଉଥିବା ନେଇ ସନ୍ଦେହ, ପଂଚାୟତ ସମିତି ବୈଠକ ରେ ଏଭଳି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟ ।

Jul 02, 2025 - 19:22
0 67
କୋଷାଗୁମୁଡା ବ୍ଲକରେ ଚାଉଳ ହେରଫେର ହେଉଥିବା ନେଇ ସନ୍ଦେହ, ପଂଚାୟତ ସମିତି ବୈଠକ ରେ ଏଭଳି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟ ।

କୋଷାଗୁମୁଡା,୨l୭ (ଷ୍ଟାର ନିୟୁଜ): ଦେଶ ରେ କେହିବି ଭୋକ ଉପାସ ରେ ନରୁହନ୍ତୁ ବୋଲି ସରକାର ପ୍ରତି ଗରିବ ପରିବାରକୁ ରାସନ ଚାଉଳ ପ୍ରଦାନ କରୁଥିବା ବେଳେ କୋଷାଗୁମୁଡା ବ୍ଲକରେ ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଗରିବ ନିରୀହ ଲୋକଙ୍କ ପାଇଁ ସରକାର ତରଫରୁ ଆସୁଥିବା ରାସନ ଚାଉଳ ଏବେ ପଂଚାୟତରେ ପହଂଚି ବା ପୂର୍ବରୁ ହିଁ ବାଟମାରଣା ହେଉଥିବା ଭଳି ଖାଦ୍ୟ ଯୋଗାଣ ବିଭାଗ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୋଷାଗୁମୁଡା ବ୍ଲକ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ କୁମାର ନାୟକ। ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଚାଲିଥିବା ପଂଚାୟତ ସମିତି ବୈଠକ ରେ ବ୍ଲକର ଯୋଗାଣ ଅଧିକାରୀଙ୍କ ଉପସ୍ଥିତରେ ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ କୁମାର ନାୟକ ରାସନ ଚାଉଳ ହେରଫେର ହେଉଥିବା କଥା କହି ବିଭାଗୀୟ ଅଧିକାରୀଙ୍କୁ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ କହିଥିଲେ। ରାସନ ଚାଉଳ ପଂଚାୟତ ଗୋଦାମ ଗୃହରେ ନରଖି କର୍ଚମାଳ ପଂଚାୟତର ବିଜେପି ନେତାଙ୍କ ଦୋକାନରେ ଆସି ରହୁଛି, ଯାହାର ଠିକ ତଥ୍ୟ ମଧ୍ୟ ରହିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବ୍ଲକର ସମସ୍ତ ପଂଚାୟତରେ ଚାଉଳ କେବେ ଆସୁଛି? କିଏ ଆଣୁଛି କିଏ? କିଏ ବାଣ୍ଟୁଛି? କିଛି ଜାଣିପାରୁ ନାହୁଁ ବୋଲି ବିଭିନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ନିଜ ନିଜ ଅଭିଯୋଗ ରଖିଥିବା ଦେଖିବାକୁ ମିଳିଛି। ବ୍ଲକରେ ଗରିବଙ୍କ ପାଖରେ ରାସନ ଚାଉଳ ନପହଞ୍ଚାଇ ବେପାରୀ ମାନଙ୍କ ସହ କିଛି ସରକାରୀ ବାବୁ ମିଶି ପଡୋଶୀ ରାଜ୍ୟ ଛତିଶଗଡ କୁ ନେଇ ବିକ୍ରୟ କରୁଥିବା ମଧ୍ୟ ଆଜିର ଅଲଚନାର ପ୍ରସଙ୍ଗ ରହିଥିବା ଦେଖିବାକୁ ମିଳିଛି। ବ୍ଲକ ଅଧକ୍ଷା, ଉପାଧକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଜାଞ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଲିଛି। ବର୍ତମାନ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରି ଆସିଥିବା ଅଭିଯୋଗ ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User