ଜିଲା ପରିଷଦ ସଭାଗୃହଠାରେ ସମବାୟ ବିକାଶରେ ଉତ୍କଳ ଗୌରବଙ୍କ ଭୂମିକା ସମ୍ପର୍କରେ ଆଲୋଚନା

Apr 29, 2025 - 19:53
 0  19
ଜିଲା ପରିଷଦ ସଭାଗୃହଠାରେ ସମବାୟ ବିକାଶରେ ଉତ୍କଳ ଗୌରବଙ୍କ ଭୂମିକା ସମ୍ପର୍କରେ ଆଲୋଚନା

କନ୍ଧମାଳ ,୨୯l୪: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର୨୦୨୫ପର୍ଯ୍ୟନ୍ତ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ବର୍ଷ ବ୍ୟାପି କାର୍ଯ୍ୟକ୍ରମ ଜିଲାରେ ଅନୁଷ୍ଠିତ ହେଉଛି । ସମବାୟ ମାଧ୍ୟମରେ ଓଡିଶା ବାସୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଉତ୍କଳ ଗୌରବ ମୂଳଦୁଆ ପକାଇଥିଲେ।ଦେଶରେ ସମବାୟ ଆନ୍ଦୋଳନ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ ଦାସ କଟକରେ ଖାଉଟି ସମବାୟ ଭଣ୍ଡାର ଆରମ୍ଭ କରିଥିଲେ । ଉତ୍କଳ ଟ୍ୟାନେରୀ ମାଧ୍ୟମରେ ସମବାୟ ଆନ୍ଦୋଳନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାରେ କୃଷି, ମତ୍ସ୍ୟ, ପ୍ରାଣୀପାଳନ,ଉଦ୍ୟାନ, ଗୋପାଳନ,ଛତୁଚାଷ, ଇତ୍ୟାଦି ସହିତ ହୋଟେଲ, ସ୍କୁଲ କଲେଜ,ହସପିଟାଲ ଇତ୍ୟାଦି ନୂଆ କ୍ଷେତ୍ରରେ ସମବାୟକୁ ସାମିଲ କରିବା ଆବଶ୍ୟକ ସମବାୟବିତ ମାନଙ୍କ ସହଯୋଗରେ ମହିଳା ଓ ଯୁବ ସମାଜକୁ ଅଧିକ ଆର୍ଥିକ ସ୍ୱାବଲମ୍ବି କରିବା ଆବଶ୍ୟକ। କିନ୍ତୁ ଓଡିଶାରେ ସମବାୟ ସମ୍ପର୍କରେ ଇଛାଶକ୍ତି ଅଭାବ ସାଙ୍ଗକୁ ପ୍ରଚାର ପ୍ରସାର କମ ରହୁଛି । ସମବାୟ ଆଜି ଗରିବ ଜନସାଧାରଣଙ୍କର ହୋଇ ରହିନାହିଁ । ପରିଚାଳନା ଗତ ତୃଟି ଯୋଗୁଁ ଏହି ସଂସ୍ଥା ଆଜି ଜନସାଧାରଣଙ୍କ ଆଶା ପୂରଣ କରିପାରୁନାହିଁ । ଏହି ଅବସରରେ ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ତୃପ୍ତି କଲ୍ୟାଣ ସେଠୀଙ୍କ ପୌରୋହିତ୍ୟରେ ସମବାୟ ଆନ୍ଦୋଳନରେ ମଧୂସୁଦନ ଦାସଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଜିଲା ପରିଷଦ ସଭାଗୃହରେ ଅନୂଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ମାଧ୍ୟମରେ ଗରିବ ଜନସାଧାରଣଙ୍କ ଆର୍ଥିକ ବିକାଶ ସମ୍ଭବ ବୋଲି କହିଥିଲେ । ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସଞ୍ଜିବ ପଟେଲ ଯୋଗ ଦେଇ ପ୍ରାଣୀ ପାଳନ ସମବାୟ ମାଧ୍ୟମରେ ରୋଜଗାର ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ରାମକୃଷ୍ଣ ମହାନ୍ତି ମଧୂସୁଦନଙ୍କ ଜୀବନି ଓ ସମବାୟ ଆନ୍ଦୋଳନର ଭୂମିକା ସମ୍ପର୍କରେ ବ୍ୟାପକ ଭାବେ ବକ୍ତବ୍ୟ ରଖିଥିଲେ । ଉପକୃଷି ନିର୍ଦ୍ଦେଶକ ତୁଷାର କାନ୍ତି ତୁଙ୍ଗ, ସହକାରୀ ଉପନିବନ୍ଧକ, ଲଳିତ ମାଝି, ଜିତେନ୍ଦ୍ର ମିଶ୍ର, ପ୍ରମୁଖ ଏହି ଦିବସରେ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ସହକାରୀ ପ୍ରବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିବା ବେଳେ ଏସ ଆରସି ଗଙ୍ଗାଧର କହଁର , ଜ୍ୟୋତୀର୍ମୟୀ ପ୍ରଧାନ, ସତ୍ୟଜିତ ବେହେରାଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ଅବସରରେ ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୫୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow