ଜିଲ୍ଲା ପାଇଁ ଗୌରବ ଆଣିଲେ ଦୃଷ୍ଟି ବାଧିତ ଜଗନ୍ନାଥ।
ନବରଙ୍ଗପୁର,୧୫l୧୧(ଷ୍ଟାର ନିୟୁଜ ଓଡିଶା): ଜିଲ୍ଲା ପାଇଁ ଗୌରବ ଆଣିଥିବା 100 ପ୍ରତିଶତ ଦୃଷ୍ଟି ବାଧିତ ଜଗନ୍ନାଥ ସାନ୍ତା ଚଳିତବର୍ଷ ରାଜ୍ୟ ସ୍ତରୀୟ ପାରା ଏଥେଲେଟ୍ସ ଅକ୍ଟୋବର 2025-26 ବର୍ଷରେ ସିନିୟର ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ ପଦକ ହାସଲ କରିଛନ୍ତି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର 200 ପାଖାପାଖି ଖେଳାଳୀ ଯୋଗ ଦେଇଥିବା ଜଗନ୍ନାଥ କହିଥିଲେ। ଜଗନ୍ନାଥ ଏଥିପୂର୍ବରୁ କୋରାପୁଟ କ୍ରିକେଟ୍ ଦଳରେ ବି ଅଲରାଉଣ୍ଡର ଭାବେ ଖେଳି ଦଳକୁ 9 ଥର ପାଇଁ ଚମ୍ପିୟାନ କରିଛନ୍ତି। ଏହାଛଡା ରାଜ୍ୟ ସ୍ତରୀୟ ପାରା ଏଥେଲେଟ ର 2024-25 ବର୍ଷରେ 400 ମିଟର ଦୌଡ ପ୍ରତିଯୋଗୀତାରେ ବ୍ରୋଞ୍ ପଦକ ହାସଲ କରିଥିଲେ। ଜଣେ ପ୍ରତିଭାବାନ ଖେଳାଳୀ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଗନ୍ନାଥ ପାଠପଢାରେ ମଧ୍ୟ ପଛରେ ନାହାନ୍ତି। ସେ ଜୟପୁର ବିକ୍ରମଦେବ କଲେଜର ଯୁକ୍ତ 3ବର୍ଷର କଳା ଛାତ୍ର ଓ ଓଡିଆ ଅନର୍ସରେ ପାଠପଢା ଜାରି ରଖିଛନ୍ତି। ତାଙ୍କ ପ୍ରେରଣାରେ ପରିବାରରେ ମିଶି ରହୁଥିବା ଦୁଇ ଗ୍ରାଜୁଏସନ ପଢୁଥିବା ବେଳେ ଭଉଣୀ ଯୁକ୍ତ 2 ରେ ପଢୁଥିବା ଜଗନ୍ନାଥ କହିଛନ୍ତି। ସେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତ ଉପାନ୍ତ ପତିଆଗୁଡା ଗ୍ରାମରେ ରୁହନ୍ତି। ଜଣେ ଗରୀବ ପରିବାରରେ ଜନ୍ମ ହୋଇଥିବା ବେଳେ ତାଙ୍କ ମା' ଚଞ୍ଚଳା ସାନ୍ତା ଓ ବାପା ଉଧ୍ରାନ ସାନ୍ତା ଜଣେ ଚାଷୀ। ବର୍ତ୍ତମାନ ମଧ୍ୟ ଜଗନ୍ନାଥ ଡିସେମ୍ବର ମାସରେ ପରବର୍ତ୍ତୀ ରାଜ୍ୟ ସ୍ତରୀୟ ଏଥେଲେଟ ରେ ଭାଗ ନେଇ ପଦକ ପାଇବାକୁ କସରତ ଜାରି ରଖିଥିବା କହିଛନ୍ତି। ସନ୍ତରଣରେ ସ୍ୱର୍ଣ ପଦକ ପାଇ ନବରଙ୍ଗପୁର ଆସିଥିବା ସମୟରେ ଜିଲ୍ଲା ସକ୍ଷମ ଜିଲ୍ଲା ସଭାପତି ସୁଜିତ୍ ରଥ ଏବଂ ଜିଲ୍ଲା ସଚିବ ଏ ସୁରେଶ ଶାସ୍ତ୍ରୀ ଜଗନ୍ନାଥଙ୍କୁ ସ୍ବାଗତ,ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କର ଏହି ଉଦ୍ୟମ ଜାରି ରଖିବା ଓ ଅନ୍ୟ ପାଇଁ ପ୍ରେରଣା ସାଜିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?