ଝରିଗାଁର କୋଣେ ଅନୁକୋଣେ ଗଣେଶ ଚତୁର୍ଥୀ ପାଳିତ ।

Aug 28, 2025 - 01:02
 0  15
ଝରିଗାଁର କୋଣେ ଅନୁକୋଣେ ଗଣେଶ ଚତୁର୍ଥୀ ପାଳିତ ।

ଝରିଗାଁ,୨୭l୮ (ଷ୍ଟାର ନିୟୁଜ ଓଡିଶା ): ଆଜି ଭାଦ୍ରବ ମାସର ଚତୁର୍ଥୀ ତିଥି ହୋଇଥିବାରୁ ଭାରତ ବର୍ଷର କୋଣେ ଅନୁକୋଣେ ହିନ୍ଦୁ ଧର୍ମାବଳମ୍ବିମାନଙ୍କ ଦ୍ୱାରା ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚନା ବେଶ ଧୁମଧାମରେ ପାଳିତ ହୋଇଛି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୋଣେ ଅନୁକୋଣେ ଗଣପତି ବାପା ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ଦେଖିବାକୁ ମିଲିଛି |ହିନ୍ଦୁଶାସ୍ତ୍ର ଅନୁସାରେ,ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟା, ବୁଦ୍ଧି ଓ ରିଦ୍ଧିସିଦ୍ଧି ପ୍ରଦାୟକ ଏବଂ ବିଘ୍ନ ବିନାଶକ ଠାକୁର ଅଟନ୍ତି |ତାଙ୍କ ପୂଜା କଲେ ବିଦ୍ୟା, ବୁଦ୍ଧି ଓ ରିଦ୍ଧିସିଦ୍ଧି ପ୍ରାପ୍ତି ହୋଇଥାଏ |ସେ ପୁଣି ଅଗ୍ର ପୂଜ୍ୟ ଠାକୁର ଅଟନ୍ତି |ଯେ କୌଣସି ଦେବାଦେଵୀଙ୍କ ପୂଜାର୍ଚନା ପୂର୍ବରୁ ପ୍ରଥମେ ଶ୍ରୀ ଗଣେଶଙ୍କ ପୂଜା କରିବା ବିଧାନ ରହିଛି |ପୁଣି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଗଣେଶ ପୂଜା ଠାରୁ ପାର୍ବଣ ଋତୁର ପ୍ରାରମ୍ଭ ହୋଇଥାଏ |ତେଣୁ ହିନ୍ଦୁମାନେ ଶ୍ରୀଗଣେଶ ଙ୍କ ପୂଜାର୍ଚନା ବେଶ ଧୁମଧାମରେ ପାଳନ କରିଥାନ୍ତି |ଆଜି ଶ୍ରୀ ଗଣେଶଙ୍କ ପୂଜା ପାଇଁ ଝରିଗାଁ ଅଞ୍ଚଳ ଉଠୁଛି ପଡୁଛି |ବ୍ଲକର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ଗ୍ରାମେ ଗ୍ରାମେ ଯୁବକମାନେ ଚାନ୍ଦା ଆଦାୟ କରି ଗଣେଶ ପୂଜାର ଆୟୋଜନ କରିଥିବା ଦେଖିବାକୁ ମିଲିଛି |ଗ୍ରାମାଞ୍ଚଳରେ କେଉଁଠି 5ଟି ମଣ୍ଡପରେ ଶ୍ରୀ ଗଣେଶ ପୂଜା ପାଉଛନ୍ତି ତ ଆଉ କେଉଁଠି 3ଟି ମଣ୍ଡପରେ ଶ୍ରୀ ଗଣେଶଙ୍କୁ ପୂଜା ପାଉଥିବା ଦେଖିବାକୁ ମିଲିଛି |ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଅତି ଲୋଭନୀୟ ପୂଜା ମଣ୍ଡପ ଓ ମନୋହର ତୋରଣ ସବୁ ନିର୍ମିତ ହୋଇଛି |ତତ ସହିତ ମାଇକ, ଡିଜେ, ବ୍ୟାଣ୍ଡପାର୍ଟିର ମଧ୍ୟ ଆୟୋଜନ କରାଯାଇଛି |କିଛି କିଛି ସ୍ଥାନରେ ମନୋରଞ୍ଜନ ପାଇଁ ମେଲୋଡିର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ମିଲିଛି |କେଉଁ ମଣ୍ଡପ ରେ ଗଣପତି 9ଦିନ ଧରି ପୂଜା ପାଇବେ ତ ଆଉ କିଛି ମଣ୍ଡପରେ 15ରୁ 21ଧରି ପୂଜା ପାଇବେ ବୋଲି ସୂଚନା ମିଲିଛି | ପୂଜାକୁ ନେଇ ଗ୍ରାମାଞ୍ଚଳରେ ବେଶ ଗହଳ ଚହଳ ଲାଗି ରହିଛି |ମାଇକ ଓ ଡିଜେ ର ଶବ୍ଦରେ କମ୍ପି ପଡୁଛି ଗ୍ରାମାଞ୍ଚଳ|ପ୍ରତି ଗ୍ରାମ ମାନଙ୍କରେ ଶାନ୍ତି ଶୃଙ୍ଖଳିତ ଭାବେ ପ୍ରଭୁ ଗଜାନନଙ୍କ ପୂଜାର୍ଚନା ଚାଲିଥିବା ସୂଚନା ରହିଛି|ସେ ଯାହା ହେଉନା କାହିଁକି ବିଭିନ୍ନ ସମୟରେ ପାଳିତ ହେଉଥିବା ଏହି ପର୍ବପର୍ବାଣି ଅଂଚଳବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହିତ ଭାଇଚାରା ରକ୍ଷା କରିବାରେ ବେଶ ସହାୟକ ହୋଇଆସିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow