ଝରିଗାଁ ବ୍ଳକରେ ପ୍ରହସନ ପାଲଟିଛି ଆବାସ ଯୋଜନା ଚାରି ଛୁଆଙ୍କୁ ନେଇ ଭଙ୍ଗା ଦଦରା ଘରେ ରହୁଛନ୍ତି ପରିବାର।

Aug 20, 2025 - 21:07
0 40
ଝରିଗାଁ ବ୍ଳକରେ ପ୍ରହସନ ପାଲଟିଛି ଆବାସ ଯୋଜନା ଚାରି ଛୁଆଙ୍କୁ ନେଇ ଭଙ୍ଗା ଦଦରା ଘରେ ରହୁଛନ୍ତି ପରିବାର।

ଝରିଗାଁ,୨୦l୮(ଷ୍ଟାର ନିୟୁଜ ଓଡିଶା):  ବର୍ଷ ହେଲା ବହୁ ପରିବାର ଦଦରା ମାଟିଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହି ଆସୁଛନ୍ତି। ତଥାପି ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନି। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବେଳଗାଁ ପଂଚାୟତର କର୍ମରୀ ଗ୍ରାମର ଆଦିବାସୀ ସାହିରୁ।ସୂଚନା ପ୍ରକାରେ କରମରୀ (ଆଦିବାସୀ ସାହି) ଗ୍ରାମର ପ୍ରଦୀପ କମାର (30)ଦୀର୍ଘ ବର୍ଷ ତଳେ ଏକ ଚାଲିଆ ଘର ନିର୍ମାଣ କରି ସ୍ତ୍ରୀ ଅମ୍ବିକା ଏବଂ ଚାରି ପୁଅଝିଅକୁ ନେଇ ରହୁଥିଲେ।ସମୟ କ୍ରମେ ନୂତନ ଭାବେ ତିଆରି କରିଥିବା ଚାଲିଆ ଘର ନଷ୍ଟ ହେବାରେ ଲାଗିଛି।କୁଳି ମଜୁରୀ କରି ପରିବାର ପୋଷଣ କରୁଥିବା ବେଳେ ଅର୍ଥ ଅଭାବ ଯୋଗୁଁ ଘରର ମରାମତି କରିବା ସମ୍ଭବ ହେଉନଥିବା ବେଳେ ବର୍ଷା ପାଣି ମାଟି କାନ୍ଥରେ ପଡି ପଡି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି।ଏପରିକି ଘରର କାନ୍ଥ ସବୁ ଫାଟି ଆଁ କରିଛି।ସେହିପରି ଛାତରୁ ବର୍ଷା ପାଣି ଗଲୁ ଥିବା ବେଳେ ଛାତ ଉପରେ ପଲିଥିନ ଦେଇ ଦୀର୍ଘ ବର୍ଷ ହେବ ଏହି ଅସହାୟ ପରିବାର ରହୁଛନ୍ତି।ଚଳିତ ବର୍ଷ ବର୍ଷାରେ ଘରର ମଧ୍ୟ ଭୁଶୁଡି ପଡିବାର ଆଶଙ୍କା ରହିଛି।ଏହିଭଳି ବିପଦ ଶଙ୍କୁଳ ଘରେ ପରିବାର ସହିତ ରହୁଥିବା ପ୍ରଦୀପ କହିଛନ୍ତି।ଆବାସ ଯୋଜନାରେ ସାମିଲ କରି ଘରଟିଏ ଦେବା ପାଇଁ ବହୁ ବାର ପଂଚାୟତ ଏବଂ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବର ଲୋକ ଅଭିଯୋଗ କରିଛନ୍ତି|ଏହା ବ୍ୟତୀତ, ପରିବାର ରେ ଛଅ ସଦସ୍ୟ ରହିଥିବା ବେଳେ ମାତ୍ର ପରିବାର ର ତିନି ସଦସ୍ୟ ହିଁ ପିଡିଏସ ଚାଉଳ ପାଉଛନ୍ତି।ପରିବାର ରେ ଆଉ ଦୁଇ ଯୋଗ୍ୟ ହିତାଧିକାରୀ ଅଛନ୍ତି, ହେଲେ ସେମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇନଥିବା ପରିବାର ଅଭିଯୋଗ କରିଛନ୍ତି |ତେଣୁ ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାରକୁ ଆବାସ ଗୃହ ଯୋଗାଇ ଦେବା ସହିତ ପରିବାରର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରି ପିଡ଼ିଏସ ଚାଉଳ ଯୋଗେଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User