ଟୋଲ୍ ବ୍ରାହ୍ମଣୀ ଗାଁ ରେ" ନୂଆଁଖାଇ "ପର୍ବ ପାଳିତ

Aug 09, 2025 - 14:38
0 34
ଟୋଲ୍ ବ୍ରାହ୍ମଣୀ ଗାଁ ରେ" ନୂଆଁଖାଇ "ପର୍ବ ପାଳିତ

ଭବାନୀପାଟଣା :- ତା. ୯/୮ (ଷ୍ଟାର ନିୟୁଜ ଓଡିଶା ଆଜି ଠାରୁ ଶ୍ରାବଣ କୁ ବିଦାୟ ଦେଇ ଭାଦ୍ରବ ମାସ ପ୍ରବେଶ କରିଛି, ଏହି ମାସରେ ପଶ୍ଚିମ ଓଡ଼ିଶା ରେ "ନୂଆଁଖାଇ "ପର୍ବକୁ ଗଣପର୍ବ ଭାବେ ପାଳନ କରାଯାଏ, ଉକ୍ତ ପର୍ବ କୁ ବିଭିନ୍ନ ସମ୍ପ୍ରଦାୟ ର ଲୋକେ ଭିନ୍ନ ଭିନ୍ନ ତିଥି ରେ ପାଳନ କରିଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ପରେ ପଞ୍ଚମୀ ଦିନ ରେ "ନୂଆଁଖାଇ" ପର୍ବ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଟୋଲ୍ ବ୍ରାହ୍ମଣୀ ଗାଁ ରେ ଥିବା ମହିମା ପୀଠରେ ଭାଦ୍ରବ ମାସର ପ୍ରଥମ ଦିନରେ ହିଁ "ନୂଆଁଖାଇ"ପର୍ବକୁ ପାଳନ କରି ନବାନ୍ନ ଭକ୍ଷଣ କରିଥାନ୍ତି।
 ଆଖ ପାଖ ଅଞ୍ଚଳ ର ସମସ୍ତ ମହିମା ଧର୍ମୀ ମହିମା ପୀଠରେ ଏକତ୍ରିତ ହୋଇ ପ୍ରଥମେ ଶୂନ୍ୟ ବ୍ରହ୍ମକୁ ନବାନ୍ନ ଅର୍ପଣ କଲାପରେ ସାମୁହିକ ନବାନ୍ନ ଭକ୍ଷଣ କରିଥାନ୍ତି। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀଙ୍କ ଚାଷ କାମ ଆଗେଇ ପାରୁ ନ ଥିବାରୁ ଚାଷୀ ଙ୍କ ମୁଁହ ରେ ହସ ନାହିଁ। ସେଥିପାଇଁ ନୂଆଁଖାଇ ପର୍ବ ଟିକେ ଫିକା, ଫିକା ପରି ମନେ ହେଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User