ତେଲନଦୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ତମ୍ବାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ।
ଝରିଗାଁ,୨୧l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନବରଙ୍ଗପୁର ଜିଲ୍ଲାର ମୋଟ 35 ଟି ବିଦ୍ୟାଳୟ ଓ 19 ଟି ମହାବିଦ୍ୟାଳୟ ମାନଙ୍କୁ 2024-25ବର୍ଷ ପାଇଁ ସରକାରଙ୍କ ନିୟମାନୁସାରେ ତମ୍ବାଖୁ ମୁକ୍ତ ବିଦ୍ୟାଳୟ ଘୋଷଣା କରାଯିବା ସହ ମାନପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିବା ବେଳେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ତେଲନଦୀଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ ରହିଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ଓ ହେଲଥ ଆମ୍ବାଷଡର ରମେଶ କୁମାର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାନପତ୍ର ଓ ସ୍ମାରକୀ ଗ୍ରହଣ କରିଥିବା ଦେଖିବାକୁ ମିଳିଛି| ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ନବ କିଶୋର ବେହେରା, ଡଃ ରଭି ବାବୁ, ଡଃ ସୁକାନ୍ତ ଶତପଥୀ, ଡଃ ଗିରିଜା ଶଙ୍କର ମିଶ୍ର, ରାଜ୍ୟ ତମ୍ବାଖୁ ନିୟନ୍ତ୍ରଣ ପରାମର୍ଶଦାତା ତରୁଣ କୁମାର ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ତଥା ବିଭିନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନଙ୍କୁ ସମ୍ମାନ ଗ୍ରହଣ କରିବାକୁ ଅନୁରୋଧ କରି ଧନ୍ୟବାଦ ଜ୍ଞାପନ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶଦାତା ତରୁଣ କୁମାର ସାହୁ ପରିଚାଳନ କରିଥିଲେ ଓ ସଞ୍ଜୟ ରାଉଳ, ବିନୟ ଷଡ଼ଙ୍ଗୀ ଆଦି ସହଜୋଗ କରିଥିଲେ ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?