ଦୀର୍ଘ ୧୫ ବର୍ଷ ପରେ ଇନ୍ଦ୍ରାବତୀ ଦକ୍ଷିଣ ସଂପ୍ରସାରଣ, କେନାଲ ପ୍ରଣାଳୀ ର ରାସ୍ତା ଉନ୍ନତିକରଣ।

Jun 04, 2025 - 14:10
0 42

ଭବାନୀପାଟଣା,୪l୬(ଷ୍ଟାରନିୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପର ଦକ୍ଷିଣ କେନାଲ ବିଭାଜନ ନ -୨, ଜୁନାଗଡ଼ ଅନ୍ତର୍ଗତ ଦକ୍ଷିଣ ସମ୍ପ୍ରସାରଣ କେନାଲ ପ୍ରଣାଳୀ ଦ୍ବାରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ କେସିଙ୍ଗା ବ୍ଳକରେ ମୋଟ ୧୫୨୬୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବାର ଲକ୍ଷଧାର୍ଯ୍ୟ ହୋଇଛି । ଏହି କେନାଲ ପ୍ରଣାଳୀ ଭବାନୀପାଟଣା ବ୍ଲକର ବଡଫୁଣ୍ଡା ଗ୍ରାମରୁ କେସିଙ୍ଗା ବ୍ଲକର ଗୌଡତୋଲା ଗ୍ରାମ ପର୍ଯ୍ୟନ୍ତ ଯାଇଅଛି ଏବଂ ଏହାଦ୍ବାରା ଭବାନୀପାଟଣା ବ୍ଳକର ୩୨ ଗୋଟି ଓ କେସିଙ୍ଗା ବ୍ଲକର ୧୭ ଗୋଟି ଗ୍ରାମ ଉପକୃତ ହେଉଛନ୍ତି। ଏହି ସବୁ ଗ୍ରାମର ଚାଷୀ ଓ ଅଞ୍ଚଳବାସୀ ଇନ୍ଦ୍ରାବତୀ କେନାଲ ବନ୍ଧ ରାସ୍ରା ଗୁଡ଼ିକୁ ତାଙ୍କର ନିତିଦିନିଆ ଯିବା ଆସିବାରେ ବ୍ୟବହାର କରି ଆସୁଛନ୍ତି। ଏହି ରାସ୍ତା ଗୁଡିକ ଚାଷୀଭାଇ ମାନଙ୍କ ଅତ୍ୟନ୍ତ ଆବଶ୍ୟକୀୟ ହୋଇଥିବା ବେଳେ ଏହାର ପୁନରୁଦ୍ଧାର ହେଉନଥିବାରୁ ଚାଷୀ ମାନଙ୍କ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା । ଏହି ରାସ୍ତା ଗୁଡିକର ଦୂରବସ୍ଥା ଯୋଗୁଁ ବିଭାଗୀୟ ଅଧିକାରୀ ମାନେ ମଧ୍ଯ ଯାତାୟାତ କରି ପାରୁନଥିଲେ, ବର୍ଷା ଦିନେ କୌଣସି ହୁଡା ଭାଙ୍ଗି ଗଲେ ତାର ମରାମତି ସାମଗ୍ରୀ ପହଞ୍ଚି ପାରୁ ନଥୁଲା । ଚାଷୀଙ୍କ ଅଭିଯୋଗକୁ ଦୃଷ୍ଟି ରେ ରଖି ବିଭାଗୀୟ ଅଧକ୍ଷଣ ଯନ୍ତ୍ରୀ ଏବଂ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ତତ୍ପରତା ପ୍ରକାଶ କରି କାପେକ୍ସ ଯୋଜନା ଦ୍ବାରା ୪୭ କୋଟି ବ୍ୟୟ ବରାଦରେ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନ -୨ ଦ୍ବାରା ଦକ୍ଷିଣ ସମ୍ପ୍ରସାରଣ ମୂଖ୍ୟ କେନାଲ ପ୍ରଣାଳୀର ୬୨,୫ କିଲୋମିଟର କେନାଲ ବନ୍ଧ ରାସ୍ତାକାମ ଗୁଡିକ ତ୍ବରାନ୍ବିତ କରାଯାଇଛି। ଯା' ଫଳରେ ଭବାନୀପାଟଣା ବ୍ଳକ ଓ କେସିଙ୍ଗା ବ୍ଳକର ମୋଟ ୪୯ ଟି ରାଜସ୍ବ ଗ୍ରାମ ପ୍ରତ୍ୟକ୍ଷ ଭାବେ ଓ ତସ୍ଥଲଗ୍ନ ଅନ୍ୟାନ୍ୟ ଗ୍ରାମ ଗୁଡିକ ମଧ୍ୟ ପରୋକ୍ଷ ଭାବରେ ଉପକୃତ ହୋଇ ପାରିଛନ୍ତି। ଚାଷୀ ଭାଇଙ୍କ ଦାବି ଅନୁଯାୟୀ ନିହାତି ଜରୁରୀ ସ୍ଥାନରେ କେନାଲ ହୁଡା ବନ୍ଧ ତଳେ କଂକ୍ରିଟ ରକ୍ଷକବାଡ଼ ଦେଇ ଚାଷୀଙ୍କର ଜମିର ସୁରକ୍ଷା ସହିତ କେନାଲ ହୁଡାକୁ ପ୍ରାୟୀତ୍ୱ ପ୍ରଦାନ କରାଯାଇଛି ।ଏହି ସବୁ କାମ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନ -୨, ଜୁନାଗଡ଼ କାର୍ଯ୍ୟାଳୟର ଅକ୍ଷଣ ଯନ୍ତ୍ରୀ ଶ୍ରୀ ଚିନ୍ତାମଣି ଜାଲ ଙ୍କ ତତ୍ତ୍ବାବଧାନରେ ତଥା ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପାଣିଙ୍କର ପ୍ରୋତ୍ସାହନ ଏବଂ କ୍ୱାଲିଟୀ କଣ୍ଟ୍ରୋଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କର ତଦାରଖ ଦ୍ବାରା ସୁଚାରୁ କରାଯାଇଛି। ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ସୁଚାରୁ ରୂପେ ନିଜ ନିଜ ଦାୟିତ୍ବ ତୁଲାଇ ଛନ୍ତି।ଏହି କେନାଲ ରାସ୍ତା ଗୁଡିକ ଅନ୍ୟାନ୍ୟ ରାଷ୍ଟ୍ରୀୟ ମାର୍ଗ ତଥା ଜିଲ୍ଲାର ମୁଖ୍ୟ ସହରକୁ ସହଜରେ ଏବଂ କମ୍ ଦୂରତା ବିଶିଷ୍ଟ ହୋଇ ଥିବାରୁ ଅଞ୍ଚଳ ବାସି ଏବଂ ଚାଷୀମାନେ ବିଲ ବାଢି କାମ ତଥା ଯନ୍ତ୍ରପାତି ନିଆ ଅଣା ସହଜରେ କରି ପାରିବେ। ଦୀର୍ଘ ୧୫ ବର୍ଷ ପରେ ଏହି କେନାଲ ବନ୍ଧ ରାସ୍ତାର ସୁବିଧା ପାଇ gv ଥିବାରୁ ଅଞ୍ଚଳ ବାସିଙ୍କ ମନରେ ଅଶେଷ ଖୁସି। ଏତଦ୍ ବ୍ୟତୀତ ଉକ୍ତି କେନାଲ ବନ୍ଧ ରାସ୍ତା ମାନଙ୍କର ଭବିଷ୍ୟତ ସୁଦୃଢ଼ୀକରଣ ନିମନ୍ତେ ଆହୁରି ଅନେକ ଜାଗା ମାନଙ୍କରେ କଂକ୍ରିଟ ରକ୍ଷା ବନ୍ଧ ର ଆବଶ୍ୟକତା ରହିଛି। ଏହି ସବୁ କାର୍ଯ୍ୟ ନିମନ୍ତେ ଆଗାମୀ ଦିନରେ ଅନୁଦାନ ର ସୁବିଧା କଳ୍ପେ କାର୍ଯ୍ୟ ଗୁଡ଼ିକ ର ସମ୍ପାଦନ କରା ଯିବା ପାଇଁ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ମହୋଦୟ ସମସ୍ତ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି ଏହା ଫଳ ରେ ସମଗ୍ର ଚାଷୀ କୁଳ ସରକାର ଙ୍କୁ ସାଧୁବାଦ ଜଣାଇବା ସହିତ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User