ପାଠ ସାରିବା ପରେ ପରିବାରର କୌଳିକ ବୃତ୍ତିକୁ ଆପଣେଇଲେ ଆଦିବାସୀ ଯୁବକ, କାଠର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ |

Apr 20, 2025 - 17:14
0 283
ପାଠ ସାରିବା ପରେ ପରିବାରର କୌଳିକ ବୃତ୍ତିକୁ ଆପଣେଇଲେ ଆଦିବାସୀ ଯୁବକ, କାଠର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ |

ଝରିଗାଁ,୨୦l୪(ଷ୍ଟାର ନିୟୁଜ ଓଡ଼ିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଏକାମ୍ବା ଗ୍ରାମର ଜଣେ ଆଦିବାସୀ ଯୁବକ ଉଚ୍ଚ ଶିକ୍ଷିତ ହେବା ପରେ ମଧ୍ୟ ପରିବାରର କୌଳିକ ବୃତ୍ତିକୁ ଆପଣେଇ କାଠର ମୂର୍ତ୍ତିକୁ ଜୀବନ୍ତ ରୂପ ଦେଇ ରୋଜଗାର କରୁଛନ୍ତି।ଏକମ୍ବା ଗ୍ରାମର ମୋହନ ଚନ୍ଦ୍ର ମାଝୀଙ୍କ ପୂର୍ବ ପୁରୁଷ କାଠରେ ବିଭିନ୍ନ କିସମର ସାମଗ୍ରୀ ତିଆରି କରି ରୋଜଗାର କରୁଥିଲେ।ପରେ ମୋହନଙ୍କ ବାପା ଜୟସିଂ ମାଝୀ କାଠ ସାମଗ୍ରୀ କାମ କରି ଟଙ୍କା ରୋଜଗାର କରୁଥିଲେ।ମୋହନ ଷଷ୍ଠ ଶ୍ରେଣୀ ପାଠ ପଢିବା ସମୟରୁ ବାପାଙ୍କୁ କାଠ ସାମଗ୍ରୀ ନିର୍ମାଣରେ ସାହାଯ୍ୟ କରି ଆସୁଥିଲେ।ସମୟ କ୍ରମେ ମୋହନ ଡ଼ାବୁଗାଁ ଭୈରବ କଲେଜରେ ଯୁକ୍ତ ତିନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ଯୁକ୍ତ ତିନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ପରିବାରର କୌଳିକ ବୃତ୍ତି କୁ ଆପଣେଇ ଥିଲେ।ବିଶେଷ କରି କାଠରେ ବିଭିନ୍ନ ଦେବାବେଦୀ ମାନଙ୍କ ମୂର୍ତ୍ତି ଓ ପାଳିଙ୍କି ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ,ବିଭିନ୍ନ ରକମର ସୁନ୍ଦର ସୁନ୍ଦର ଖଟ,କବାଟ, ଝରକା, ଦ୍ୱାରବନ୍ଦ ଆଦି ନିର୍ମାଣ କରି ରୋଜଗାର କରୁଛନ୍ତି।ସେହିଭଳି ସିମେଣ୍ଟରେ ମଧ୍ୟ ବିଭିନ୍ନ ପ୍ରକାର ମୂର୍ତ୍ତ ନିର୍ମାଣ କରୁଛନ୍ତି।ଝରିଗାଁ ବ୍ଲକ ସହ ଉମରକୋଟ, ପାପଡାହାଣ୍ଡି ଓ ଡ଼ାବୁଗାଁ ବ୍ଳକର ବହୁ ଲୋକ କାଠ ନିର୍ମିତ ସାମଗ୍ରୀ ନେବା ପାଇଁ ଆସୁଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User