ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଧାୟକ ପ୍ରତିନିଧି ଲବ କୁମାର ଦତ୍ତ ବହିସ୍କୃତ ।
ଉମରକୋଟ,୧୫l୧୧ (ଷ୍ଟାର ନିୟୁଜ ଓଡିଶା): କିଛି ମାସ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବାମିନି ପଞ୍ଚାୟତ ଅନ୍ତର୍ଗତ ୟୁଭି 54 ଇନ୍ଦ୍ରାପୁରୀ ଗ୍ରାମର ଲକ୍ଷ୍ମଣ ଦତ୍ତଙ୍କ ପୁଅ ଲବ କୁମାର ଦତ୍ତଙ୍କୁ ଝରିଗାଁ ବିଧାୟକ ନରସିଂହ ଭତରା ଉମରକୋଟ ବ୍ଲକର ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଧାୟକ ଭାବେ ମନୋନୀତ କରିଥିଲେ |ଏନେଇ ଶ୍ରୀ ଭତରା ଲବ କୁମାର ଦତ୍ତ, ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ପ୍ରେରଣ କରି ସୂଚନା ପ୍ରଦାନ କରିଥିଲେ |ଶ୍ରୀ ଭତରା ଉକ୍ତ ଚିଠିରେ ଦର୍ଶାଇ ଥିଲେ କି, ବିଧାୟକ ଯଦି କୌଣସି କାର୍ଯ୍ୟରେ ବାହାରେ ରୁହନ୍ତି ତେବେ ତାଙ୍କ ପରିବର୍ତ୍ତେ ଲବ କୁମାର ଦତ୍ତ ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଓ ବିଧାୟକ ପ୍ରତିନିଧି ହିସାବରେ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିବେ |ହେଲେ ବିଧାୟକ ଶ୍ରୀ ଭତରା ତାଙ୍କୁ ଉକ୍ତ ପଦବୀରୁ ବହିଷ୍କାର କରିଥିବା ସୂଚନା ମିଳିଛି |ଗତକାଲି ଶ୍ରୀ ବିଧାୟକ ଏକ ଚିଠି ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏବଂ ଲବ କୁମାର ଙ୍କୁ ସୂଚନା ପ୍ରଦାନ କରିଥିବା ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)