ଫିରିଙ୍ଗିଆ ରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ତା I ବଢୁଛି ଦୁର୍ଘଟଣା I ବାଇପାସ ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ଙ୍କ ଦାବି I

Aug 12, 2025 - 21:44
 0  155
ଫିରିଙ୍ଗିଆ ରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ ବ୍ୟବସ୍ତା I ବଢୁଛି ଦୁର୍ଘଟଣା I ବାଇପାସ ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ଙ୍କ ଦାବି I

ଫିରିଙ୍ଗିଆ,୧୨l୮(ଷ୍ଟାର ନିୟୁଜ) :ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ଫିରିଙ୍ଗିଆ ସହର I ନିତିଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ବ୍ୟବସାୟୀ ଏହି ସହରକୁ ବ୍ୟାପାର ବାଣିଜ୍ୟ କରିବା ପାଇଁ ଆସିଥାନ୍ତି I ଦିନକୁ ଦିନ ଏହି ସହରରେ ଯେତିକି ବ୍ୟବସାୟୀ ମାନଙ୍କ ଭିଡ଼ ଜମୁଛି ସେତିକି ଗାଡି ମଟର ର ସଂଖ୍ୟା ମଧ୍ୟ୍ୟ ବଢ଼ିବାରେ ଲାଗିଛି I କିନ୍ତୁ ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ପାଇଁ ସଦାସର୍ବଦା ସଡ଼କ ଦୁର୍ଘଟଣା ବଡ଼ିଚାଲିବା ସହ ଟ୍ରାଫିକ ଜାମ ସମସ୍ୟା ଏକ ମୁଣ୍ଡ ବ୍ୟଥାର କାରଣ ସାଜିଛି I ଦିନ ଦଶ ଟାରୁ ରାତି ଆଠଟା ଯାଏ ସହରରେ ଗହଳି ଲାଗିରହିଥିବା ବେଳେ ସହରର ମୁଖ୍ୟ ରାସ୍ତା ଗାଡି ମଟର ପାଇଁ ଜାମ ହୋଇଯାଉଛି I ଯାହାଫଳରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀମାନଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି I ଏଭଳି ଟ୍ରାଫିକ ସମସ୍ୟା ସହର ମଧ୍ୟରେ ଥିବା ବାଣିଜ୍ୟ ଭଣ୍ଡାର ଛକ, ଇନ୍ଦିରାଗାନ୍ଧୀ ଛକ ଓ ବ୍ଲକ ଛକ ଠାରେ ବିଶେଷ କରି ଦେଖିବାକୁ ମିଳୁଥିବା ବେଳେ ପୋଲିସ ପ୍ରଶାସନ ଏହି ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି I ସହରରେ ଠିକ ଭାବରେ ଦ୍ରୁତ ଗାଡି ଚାଲାଣ ଉପରେ କୌଣସି ରୋକ ଲାଗୁ ନଥିବାରୁ ସଡ଼କ ଦୁର୍ଘଟଣା ବଢିଚାଲିଛି I ବିଶେଷ କରି ମଙ୍ଗଳବାର ସାପ୍ତାହିକ ହାଟ ହେଉଥିବାରୁ ଏହି ଦିନ ସହରରେ ଟ୍ରାଫିକ ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରୁଛି I ତେବେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏହି ଟ୍ରାଫିକ ସମସ୍ୟା ର ଏକ ଉତ୍କଟ ରୂପ ସାମନା କୁ ଆସିଥିଲା I ରାସ୍ତା କଡ଼ରେ ଥିବା ଏକ ଘରୋଇ ବସ ପାଇଁ ପ୍ରାୟ ପନ୍ଦର ରୁ କୋଡିଏ ମିନିଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଏକ ଆମ୍ବୁଲାନ୍ସ ଅଟକି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା I ଯାହା ପାଇଁ କିଛି ସମୟ ପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟ୍ୟରେ ଅସନ୍ତୋଷ ମଧ୍ୟ୍ୟ ଦେଖିବାକୁ ମିଳିଥିଲା I ଅନ୍ୟପଟେ ଏହି ଫିରିଙ୍ଗିଆ ସହର ପାଖରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥା ରାସ୍ତା ନିର୍ମାଣ କାମ କରୁଥିବାରୁ ସହରର ମୁଖ୍ୟ ରାସ୍ତାରେ କମ୍ପାନୀ ର ବଡ଼ବଡ଼ ଲୋଡ଼ ଗାଡି ଯିବା ଆସିବା କରୁଥିବା ବେଳେ ଏହି ଲୋଡ଼ଗାଡି ପାଇଁ ପ୍ରଥମତଃ ମୁଖ୍ୟରାସ୍ତା ଟି ନିର୍ମାଣ ର ଖୁବ କମ ଦିନ ମଧ୍ୟ୍ୟରେ ଖରାବ ହେବାକୁ ବଶିଥିବା ବେଳେ ଏହି ଗାଡି ମାନଙ୍କ ପାଇଁ ଟ୍ରାଫିକ ଜାମ ସମସ୍ୟା ମଧ୍ୟ୍ୟ ଦେଖା ଦେଇଛି I ତେବେ ଟ୍ରାଫିକ ସମସ୍ୟା ର ସୁଧାର ଆଣିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡିଥିବା ବେଳେ ଏହି ଫିରିଙ୍ଗିଆ ସହର ପାଇଁ ଏକ ବାଇପାସ ରାସ୍ତା ନିର୍ମାଣ କରିବା ନେଇ ସାଧାରଣରେ ଦାବି ଜୋର ଧରିଛି I

What's Your Reaction?

like

dislike

love

funny

angry

sad

wow