ବଜ୍ରାଘାତରେ ବଳଦ ମୃତ, ଚିନ୍ତାରେ ଚାଷୀ।

May 16, 2025 - 20:31
0 66

ଝରିଗାଁ,୧୬l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ସିଉନାଗୁଡା ଗ୍ରାମରେ ଗତକାଲି ସନ୍ଧ୍ୟା ୫ ଘଣ୍ଟା ସମୟରେ କାଳବୈଶାକୀ ପ୍ରଭାବରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା।ସିଉନାଗୁଡା ଗ୍ରାମର ଚାଷୀ ବିମଲ ଭତ୍ରାଙ୍କ ବାପା ପଦମ ଭତ୍ରା ନିଜ ପାଖରେ ଥିବା ଗୋଟିଏ ହଲ ବଳଦକୁ ଘର ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ପଡିଆକୁ ଚରାଇବା ନେଇଥିଲେ।ବର୍ଷା ଘଡ଼ଘଡ଼ି ଦେଖି ସନ୍ଧ୍ୟା ସମୟରେ ବଳଦ ଦ୍ୱୟଙ୍କୁ ଘରକୁ ଫେରାଇ ଆଣୁଥିଲେ।ତେବେ ଘର ନିକଟରେ ହଠାତ ଗୋଟିଏ ବଳଦ ଉପରେ ବଜ୍ରାଘାତ ହେଇ ଥିଲା।ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା।ଅନ୍ୟପକ୍ଷେ ବିମଲ ଅତି ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ବହୁ କଷ୍ଟରେ ଗୋଟିଏ ହଲ ବଳଦ କ୍ରୟ କରି ଚାଷ କରି ଆସୁଥିଲେ।ଆଗକୁ ଚାଷ କାମ ଆରମ୍ଭ ହେବାକୁ ଥିବା ବେଳେ ବଜ୍ରାଘାତ ଯୋଗୁଁ ଗୋଟିଏ ବଳଦ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।ପ୍ରଶାସନ ପକ୍ଷରୁ ତୁରନ୍ତ ବିମଲଙ୍କୁ କ୍ଷତି ପୂରଣ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User