ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନୁଷ୍ଠିତ ହେଲା ପୁରସ୍କାର ବିତରଣ ଉତ୍ସବ I

Nov 25, 2025 - 19:55
 0  76
ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନୁଷ୍ଠିତ ହେଲା ପୁରସ୍କାର ବିତରଣ ଉତ୍ସବ I

ଫିରିଙ୍ଗିଆ, ୨୫l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନୀତ ଉଚ୍ଚବିଦ୍ୟାଳୟ ପରିସରରେ ଗତ ତେଇଶି ତାରିଖ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଲିଖିତ କୁଇଜ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ମଙ୍ଗଳବାର ବିଦ୍ୟାଳୟ ପରିସରରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଉଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ ଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ରେ ଫିରିଙ୍ଗିଆ ର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିକ୍ରମ ମଳିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମୁଖ୍ୟାଳୟ ର ସାଧନ କର୍ମୀ ରାଜେଶ କୁମାର ନାଏକ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଯୋଗ ଦେଇଥିଲେ। ଗତ ତେଇଶି ତାରିଖ ଦିନ ଶକ୍ତି ସରକ୍ଷଣ ବିଷୟରେ ଏହି ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ବିଦ୍ୟାଳୟ ର ୧୬୭ ଜଣ ଛାତ୍ର ଛାତ୍ରୀ ଭଗନେଇଥିଲେ I ସେମାନଙ୍କ ମଧ୍ୟରୁ ତଳଦଣ୍ଡିକିଆ ପଞ୍ଚାୟତ ର ଦିଆଭଞ୍ଜ ଉଚ୍ଚବିଦ୍ୟାଳୟ ର ଛାତ୍ର ପ୍ରଣବ କହଁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଣ୍ଢୀଗାଁ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ର ଛାତ୍ରୀ ରଜନୀ ଭୋଇ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଡିଣ୍ଡିରା ଗାଁ ର ଛାତ୍ର ଅଂଶୁମାନ କହଁର ତୃତୀୟ ସ୍ଥାନ ଅଧିକାର କରିଥିଲେ I କାର୍ଯ୍ୟକ୍ରମ ରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅର୍ଥ ରସି ସହ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା I 

ରିପୋର୍ଟ୍:-ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

like

dislike

love

funny

angry

sad

wow

SUJAYA EDITOR