ଭଏସ ଅଫ ମିଡ଼ିଆର ସାଧାରଣ ବୈଠକ ଅନୁଷ୍ଠିତ ।ସାମ୍ବାଦିକ ପେନସନ ଯୋଜନା ର ପ୍ରଥମ କିସ୍ତି ପେନସନ।

Nov 28, 2025 - 19:16
0 21
ଭଏସ ଅଫ ମିଡ଼ିଆର  ସାଧାରଣ ବୈଠକ ଅନୁଷ୍ଠିତ ।ସାମ୍ବାଦିକ ପେନସନ ଯୋଜନା ର ପ୍ରଥମ କିସ୍ତି ପେନସନ।

ଫୁଲବାଣୀ,୨୮l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଠାରେ ଭଏସ ଅଫ ମିଡ଼ିଆର ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଆନ୍ତର୍ଜାତିକ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ l ଏହି ବୈଠକ ରେ କନ୍ଧମାଳ ଜିଲ୍ଲାର ପ୍ରଥମ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା ରେ ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କୁ ମାସିକ ପେନସନ ୧୫ ସହ ଟଙ୍କାର ଚେକ ପ୍ରଥମ କରି ଚଳିତ ମାସ ଠାରୁ ପ୍ରଦାନ କରାଯାଇ ଥିଲା l ଏଥି ସହିତ କନ୍ଧମାଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସାମ୍ବାଦିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଖୁବ ଶିଘ୍ର ଯୋଗାଇ ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ ଏବଂ ସାମ୍ବାଦିକ ଙ୍କ ପିଲା ମାନଙ୍କ ପାଠ ପଢା ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବ ବୋଲି କହିଥିଲେ।ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଗୋପାଳ ପଟ୍ଟନାୟକ, ସୁବାସ ପ୍ରଧାନ, ଫିଲିମୋହନନାୟକ, ବି ଭି ଶଙ୍କର,ସହସମ୍ପାଦକ ରମେଶ ପ୍ରଧାନଙ୍କ ସମେତ ପ୍ରଶାନ୍ତ ପଣ୍ଡା, ସାଗର ପ୍ରଧାନ, ରମେଶ ନାୟକ, ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଦି ୨୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ପାଦକ ଅଜିତ ମହାରଣା କନ୍ଧମାଳ ରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ ଓ ସଂଘ ଦେଉଥିବା ସାମ୍ବାଦିକ ମାନଙ୍କୁ ସମସ୍ତ ସୁବିଧା, କନ୍ଧମାଳ ର ସମସ୍ତ ସାମ୍ବାଦିକ ମାନେ ପାଇବେ ସେଥିପାଇଁ ଚେଷ୍ଟା କରିବ ବୋଲି କହିଥିଲେ।ଏଥିରେ ସମସ୍ତ ସଙ୍ଘ ର ସଦସ୍ୟ ଙ୍କୁ ସାମିଲ କରାଯାଇ ଏହା ଏପେକ୍ସ ବଡି ର କାର୍ଯ୍ୟ କରି ସାମ୍ବାଦିକ ମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User