ଭାଲୁ ଆକ୍ରମଣରେ ବୃଦ୍ଧ ଆହତ ।

ନନ୍ଦାହାଣ୍ଡି,୨୭l୮(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି ମାଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ରଘୁନାଥ ଗୌଡ଼(୫୦) ଆଜି ସକାଳେ ଭାଲୁ ଆକ୍ରମଣର ଶିକାର ହୋଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ପ୍ରକାରେ ଆଜି ସକାଳେ ନିକଟରେ ଥିବା ଜଙ୍ଗଲକୁ ଛତୁ ଓ କରଡି ପାଇଁ ଯାଇଥିଲେ । କରଡ଼ି କାଢୁଥିବା ସମୟରେ ହଠାତ ଏକ ଭାଲୁ ସମ୍ମୁଖରୁ ଆସି ରଘୁନାଥଙ୍କୁ ଆକ୍ରମଣ କରିଥିଲା ।ରଘୁନାଥ କୌଶଳ କ୍ରମେ ସେଠାରୁ ଖସି ଆସି ପରିବାର ବର୍ଗଙ୍କୁ ଜଣାଇଥିଲେ । ପରେ ପରିବାରଲୋକେ ଏକ ଅଟୋ ସାହାର୍ଯ୍ୟରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ରଘୁନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଛି । ଅଞ୍ଚଳରେ ବହୁ ଦିନ ଧରି ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ହୋଉଥିବା ବେଳେ ବନବିଭାଗ ସଜାଗ ରହିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






