ଭିତ୍ତିଭୂମି ନଥାଇ ସ୍ନାତକ ମହାବିଦ୍ୟାଳୟ ସ୍ଥାପନ, ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।

Sep 01, 2025 - 19:32
0 42
ଭିତ୍ତିଭୂମି ନଥାଇ ସ୍ନାତକ ମହାବିଦ୍ୟାଳୟ ସ୍ଥାପନ, ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।

ଝରିଗାଁ,୧l୯ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ଗତବର୍ଷ ସ୍ନାତକ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା।ତେବେ ନିଜସ୍ୱ ଭିତ୍ତିଭୂମି ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଦୟନୀୟ ଅବସ୍ଥାରେ ପାଠ ପଢ଼ୁଥିବା ବେଳେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ପାଠପଢା ସମୟରେ ବହୁ ସମସ୍ୟାର ସମ୍ମୁଖିନ ହେବା ପାଇଁ ପଢୁଛି। ସୂଚନା ପ୍ରକାରେ ୨୦୨୪ ମସିହା ଅଗଷ୍ଟ ମାସ 9ତାରିଖରେ ଝରିଗାଁ ବ୍ଲକ ସଦର ମହକୁମା ଠାରେ ଯୁକ୍ତ ୩ (କଳା) ସ୍ନାତକ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା।ନିଜସ୍ୱ ଭିତ୍ତିଭୂମି ନଥିବା ଯୋଗୁଁ ଝରିଗାଁ ସ୍ଥିତ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମାତ୍ର ତିନୋଟି ଶ୍ରେଣୀ ଗୃହରେ ଚାଲିଛି ସ୍ନାତକ ମହା ବିଦ୍ୟାଳୟ ।ବର୍ତ୍ତମାନ ପ୍ରଥମ ବର୍ଷ ଓ ଦ୍ୱତୀୟ ବର୍ଷରେ ମୋଟ ୧୯୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ପାଠ ପଢାରେ ସମସ୍ୟା ଦେଖାଦେଇଛି।ଶେଣୀଗୃହ ଅଭାବ ଯୋଗୁଁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅନବରତ ଭାବେ ଉଭୟ ଶ୍ରେଣୀର ପିଲା ମାନଙ୍କୁ ପ୍ରାୟ ୯ ଘଣ୍ଟା ଧରି ପାଠ ପଢ଼ାଇବା ପାଇଁ ପଢୁଛି।ସେହିଭଳି ଶ୍ରେଣୀ ଗୃହର ଛାତ ଗୁଡିକରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷା ଦିନ ପାଣି ଗଲୁଥିବା ଯୋଗୁଁ ବର୍ଷା ଦିନେ ପାଠ ପଢାରେ ସମସ୍ୟା ହେଉଛି।ସେହିପରି ଶୌଚାଳୟ ଓ ପାନୀୟ ଜଳ ସହ ଷ୍ଟାଫ କମନ ରୁମ ବ୍ୟବସ୍ଥା ନଥିବା ଯୋଗୁଁ ସମସ୍ୟା ଦେଖା ଯାଇଛି।ଆଗକୁ ଛାତ୍ରଛାତ୍ରୀ ସଂଖ୍ୟା ବଢିଲେ କିଭଳି ପାଠପଢା ହେବ ସେନେଇ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି।ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦଦରା ଅବସ୍ଥାରେ ଥିବା ଅନ୍ୟ ତିନୋଟି ଶ୍ରେଣୀଗୃହ ମରାମତି କରି ସେଠାରେ ଶ୍ରେଣୀ ଗୃହ କରିବା ପାଇଁ ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ଭତ୍ରା ନିଜ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁଦାନ ଦେବା ସହ ଆସନ୍ତାକାଲି ଠାରୁ ମରାମତି କାମ ଆରମ୍ଭ ହେବ ବୋଲି କହିଥିଲେ।ତେବେ ମରାମତି ପରେ ଚଳିତ ବର୍ଷ ଯେକୌଣସି ପ୍ରକାରେ ପିଲାମାନେ ପାଠ ପଢିବେ ଆଗକୁ ପୁଣି ସମସ୍ୟା ଦେଖାଦେବ।ତେଣୁ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ନାତକ ମହାବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ କରିବା ସହ ନିଜସ୍ୱ କୋଠା ଗୃହ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User