ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ ।

Apr 14, 2025 - 16:55
Updated: 1 year ago
0 221
ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ ।

ଝରିଗାଁ,୧୪l୪: ବିଶ୍ୱର ସର୍ବୋତ୍ତମ ଶିକ୍ଷିତ, ବିଶ୍ୱରତ୍ନ, ମାନବବାଦର ସ୍ରଷ୍ଟା, ବିଶ୍ୱର ସର୍ବ ବୃହତ ସମ୍ବିଧାନ ପ୍ରଣେତା ତଥା ଭାରତୀୟଙ୍କ ଅମ୍ଲଜାନ ଡାକ୍ତର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଆଜି ଦେଶର କୋଣେ ଅନୁକୋଣେ ପାଳିତ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମ ଠାରେ ମଧ୍ୟ ବାବା ସାହେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଯୁବଗୋଷ୍ଠୀଙ୍କ ଦ୍ୱାରା ପାଳନ କରାଯାଇଛି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଝରିଗାଁ ବ୍ଲକର ବ୍ଲକ ସଭାପତି ପ୍ରତାପ ଦୁରିଆଙ୍କ ସଭାପତିତ୍ବରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି |ଅନୁଷ୍ଠିତ ଉକ୍ତ ବୈଠକରେ ସୁଦାମ ତିୱାରୀ ଗୋପୀ ଗୌଡ଼, ସୁଦର ଗାଉଟିଆ, ଚଚା ପୂର୍ବତନ ସରପଞ୍ଚ ଲକି ଭତରା, ସୁରେଶ ଛତ୍ରିଆ, ମଧୁ ପାଇକ, ପୂର୍ଣ୍ଣ ସାନ୍ତା, ବୁଦୁରାମ ସାନ୍ତା, ମଣ୍ଟୁ ପୂଜାରୀ ସମେତ ଅନେକ ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ | ଉପସ୍ଥିତ ଯୁବଗୋଷ୍ଠୀ ପ୍ରଥମେ ଡାକ୍ତର ଆମ୍ବେଦକରଙ୍କ ଫୋଟୋଚିତ୍ରରେ ପୁଷ୍ପମାଳ ଅର୍ପଣ କରି ଧୂପ ଓ ଦୀପ ଦେଇ ପୂଜାର୍ଚନା କରିଥିଲେ |ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |ଉପସ୍ଥିତ ଯୁବବର୍ଗ ଭାରତୀୟ ସମ୍ବିଧାନ ପ୍ରଣେତା ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ନିଜ ନିଜ ଅବିଭାଷଣ ରଖିବା ସହ ତାଙ୍କ ପଥକୁ ଅନୁସରଣ କରି ଦେଶ ଓ ଜାତି ପାଇଁ ନିଜକୁ ଉତ୍ସର୍ଗୀକୃତ କରିବାକୁ ଶପଥ ନେଇଥିଲେ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 2
Sad Sad 0
Angry Angry 0

Comments (0)

User