ମ.ରାମପୁର,ସମାଜ ସଂସ୍କାର ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟ୍ ଘାଟ୍ ପାଳିତ

Sep 08, 2025 - 08:24
0 48
ମ.ରାମପୁର,ସମାଜ ସଂସ୍କାର ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟ୍ ଘାଟ୍ ପାଳିତ

ମ.ରାମପୁର, ତା-୦୮/୦୯ (ଷ୍ଟାର ନିୟୁଜ ଓଡିଶା):ମଦନପୁର ରାମପୁର ବ୍ଲକ ଅଧୀନ ବାପୁଜୀ ନଗର ପଡାର ସମାଜ ସଂସ୍କାର ଅନୁଷ୍ଠାନ ତରଫରୁ ଏକ ନୂଆଁଖାଇ ଭେଟଘାଟ ଭାବ ଦିଆନିଆର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମାଜ ସଂସ୍କାର ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ନାଏକ, ଉପ ସଭାପତି ଧନେଶ୍ୱର ସାଗର,ସମ୍ପାଦକ ଅରୁଣ କୁମାର ନାଏକ,ପୂର୍ବତନ ସମ୍ପାଦକ ଗଗନ ବିହାରୀ ନାଏକ ମଞ୍ଚାସିନ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ  ଅନୁଷ୍ଠାନର ନିବେଦନ ଅନୁଯାଇ ମୁଖ୍ୟ ଅତିଥି ଏକ କମ୍ୟୁନିଟି ହଲ ନିର୍ମାଣ କରିବା ପାଇଁ ଜିଲ୍ଲା ପରିଷଦ  ଫଣ୍ଡ ତରଫରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ  ପ୍ରତିଶୃତି ଦେଇଥିଲେ। ପରେ ନାଚ, ଗୀତ ସହିତ ହାଣ୍ଡିପିଟା, ଚୌକି ବସା, ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବାବୁଲାଲ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ,ଗଗନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତୃଶାନ୍ତ ନାଏକ, ମହେନ୍ଦ୍ର ନାଏକ, ଖଗେଶ୍ୱର ନାଏକ, କୁବେର ନାଏକ ସହିତ ଅନୁଷ୍ଠାନର ଯୁବଗୋଷ୍ଠୀ ବିଶେଷ ଭାବରେ ସହଯୋଗ କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User