ମା ଲଙ୍କେଶ୍ବରୀ ଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ l

May 02, 2025 - 05:45
0 65
ମା ଲଙ୍କେଶ୍ବରୀ ଙ୍କ  ପ୍ରାଣ ପ୍ରତିଷ୍ଠା  ଅନୁଷ୍ଠିତ l

କଳାହାଣ୍ଡି ,୨l୫ (ଷ୍ଟାରନିଉଜ ଓଡିଶା ): ଜୟପାଟଣା ବ୍ଲକ ବାଣ୍ଡି ଗାଁ ଗ୍ରାମ ରେ ଗ୍ରାମ ର ଇଷ୍ଟ ଦେବୀ ମାଁ ଲଙ୍କେଶ୍ବରୀ ଓ ଖାମେଶ୍ୱରି ଙ୍କ ମୂର୍ତ୍ତି ସ୍ଥାପନ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଅନୁଯାୟୀ ମା ଲଙ୍କେଶ୍ବରୀ ଓ ଖମ୍ବେଶ୍ୱରୀ ମାଟି କୁଡିଆ ରେ 1927 ମସିହା ରୁ ପୂଜା ପାଇ ଆସୁଥିଲେ। ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମ ରେ ମନ୍ଦିର ନିର୍ମାଣ କରିଥିଲେ। 2021 ଠାରୁ ଗ୍ରାମବାସୀ ଙ୍କ ଉଦ୍ୟମ ରେ ମନ୍ଦିର ଟ୍ରଷ୍ଟ ଗଠନ କରି ଆସିଥିଲେ।ଆଜି ଉକ୍ତ ଟ୍ରଷ୍ଟ ଏବଂ ଗ୍ରାମ ବାସୀ ଙ୍କ ସହଯୋଗ ରେ ମୂର୍ତ୍ତି ପ୍ରାଣ ପର୍ତିଷ୍ଟ ଅନୁଷ୍ଠିତ ହୋଇଥିଲା। ବହୁ ଉତ୍ସାହ ଖୁସି ଭକ୍ତି ମୟ ପରିବେଶ ରେ ମା ଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଅଞ୍ଚଳ ର ବହୁ ଜନସମାଗମ ହୋଇଥିଲା। ବିଧି ଅନୁଯାୟୀ 54ଟି କଳସ କରାଯାଇ ଥିଲା।ଉକ୍ତ ଉତ୍ସବ ରେ ମୁଖ୍ୟ କର୍ତ୍ତା ଭାବରେ ଗ୍ରାମ ପୁଝାରୀ ଶ୍ରୀଯୁକ୍ତ ନିରାକାର ନାୟକ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରୁକ୍ମଣୀ ନାୟକ ମୁଖ୍ୟ ଭୂମିକା ନେଇ ଥିଲେ। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିତି ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ପୂର୍ବତନ ମନ୍ତ୍ରୀ ପୂପେନ୍ଦ୍ର ସିଂ ଦେଓ, ବାଣ୍ଡି ଗାଁ ସରପଂଚ ଲକ୍ଷ୍ମଣ ସୁନାନି, ମଞ୍ଚାସିନ ହୋଇଥିଲେ।ଲଙ୍କେଶ୍ବରୀ ଦେବୀଙ୍କ ନାମରେ ବାଣ୍ଡିଗାଁର ଯୁବକ ମାନଙ୍କୁ ନେଇ ଲଙ୍କେଶ୍ଵରୀ ସେବା ସଂଗଠନ ଗଠନ କରା ଯାଇଛି ସେହି ସେବା ସଂଗଠନ ତରଫରୁ ଆଜିର ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ ଯାହା ଜନସାଧାରଣଙ୍କୁ ଅନ୍ନ ଯୋଗାଇବାରେ ସାହାଯ୍ୟ କରି ଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User