ଲୋକଙ୍କ ସମସ୍ୟା ଶୁଣିଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଶୀଘ୍ର ସମାଧାନର ପ୍ରତିଶ୍ରୁତି

Jul 13, 2026 - 21:30
 0  85
ଲୋକଙ୍କ ସମସ୍ୟା ଶୁଣିଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଶୀଘ୍ର ସମାଧାନର ପ୍ରତିଶ୍ରୁତି

କେସିଙ୍ଗା, ୧୩।୭ ( ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଲୋକସଭା

ସାଂସଦ ମାଲବିକା ଦେବୀ ସୋମବାର କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭାବ–ଅଭିଯୋଗ ବୁଝିଥିଲେ। ବୋରିଆ, ଉତ୍କେଳା ସମେତ ବ୍ଲକର ବିଭିନ୍ନ ଗ୍ରାମରେ ପହଞ୍ଚି ସେ ଗ୍ରାମବାସୀ ଓ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଅଞ୍ଚଳର ବିକାଶମୂଳକ ସମସ୍ୟା ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ।
ପରିଦର୍ଶନ ସମୟରେ ଗ୍ରାମବାସୀମାନେ ରାସ୍ତାଘାଟର ଦୟନୀୟ ଅବସ୍ଥା, ପାନୀୟ ଜଳ ସମସ୍ୟା, ମୌଳିକ ସୁବିଧାର ଅଭାବ ଓ ଅନ୍ୟାନ୍ୟ ଜନସମସ୍ୟା ସାଂସଦଙ୍କ ଦୃଷ୍ଟିକୁ ଆଣିଥିଲେ। ସାଂସଦ ମାଲବିକା ଦେବୀ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣି ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଯଥାଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଭାଜପା ସଭାପତି ଚନ୍ଦନ ସେନାପତିଙ୍କ ସମେତ ବହୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR