ସ୍ବାମୀ କେରଳରେ ଦାଦନ ଖଟୁଥିବା ବେଳେ ସ୍ତ୍ରୀ ନାଏବ ସରପଞ୍ଚଙ୍କ ଘରେ ଆତ୍ମହତ୍ୟା l ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ସନ୍ଦେହ !

Nov 28, 2025 - 19:51
0 13
ସ୍ବାମୀ କେରଳରେ ଦାଦନ ଖଟୁଥିବା ବେଳେ ସ୍ତ୍ରୀ ନାଏବ ସରପଞ୍ଚଙ୍କ ଘରେ ଆତ୍ମହତ୍ୟା l   ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ସନ୍ଦେହ !

ଥୁଆମୂଳ ରାମପୁର,୨୮/୧୧-( ଷ୍ଟାର ନିୟୁଜ ଓଡିଶା):- ସ୍ବାମୀ ରାଜ୍ୟ ବାହାର କେରଳକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇଥିବା ବେଳେ ନିଜ ଘରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ କର ପରିବେଶ ସୃଷ୍ଟି କରିଛି l ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତରେ l ଉକ୍ତ ଗ୍ରାମପଞ୍ଚାୟତର ୧୧ ନମ୍ବର ୱାର୍ଡ ର ନାଏବ ସରପଞ୍ଚ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ମିଳିଥିବା ସୂଚନାରୁ ଜଣାଯାଏ ଯେ, ପଲାଡୁମେର ଗ୍ରାମର ସାନ ମାଝୀଙ୍କ ସ୍ତ୍ରୀ କାରୁମ୍ ମାଝୀ (୩୫) ଗୁରୁବାର ଅପରାହ୍ନ ୧ ଘଣ୍ଟା ସମୟ ବେଳେ ତାଙ୍କ ଘରେ କେହି ନଥିବା ସମୟରେ ଏକା ଓଢଣୀରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି l ପରେ ଆଖପାଖ ପୋଡ଼ଶୀ ଲୋକ ଦେଖି ଥୁଆମୂଳ ରାମପୁର ଥାନା କୁ ସୂଚନା ଦେଇଥିଲେ l ସୂଚନା ପାଇ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ୟୁ.ଡି କେସ ନଂ ୧୧/୨୫ ରେ ମାମଲା ରୁଜ୍ଜୁ କରି ଶବ ଉଦ୍ଧାର ପରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ନେବା ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୈବଲ୍ୟ ସେଠ୍ ସୂଚନା ଦେଇଛନ୍ତି l ତେବେ ନିଜ ଗ୍ରାମରେ କୌଣସି କାମଧନ୍ଦା ନ ପାଇ ନାଏବ ସରପଞ୍ଚଙ୍କ ସ୍ବାମୀ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ତ୍ରୀ ର ଏଭଳି ଆତ୍ମହତ୍ୟା କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘରୁଆ କଲହକୁ କେନ୍ଦ୍ର କରି ଏଭଳି ଦୁଃଖଦ ଘଟଣା ଘଟିଥାଏ ବୋଲି ପ୍ରକାଶ କରିଛନ୍ତି I

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User