+2 ପରୀକ୍ଷାରେ 93ପ୍ରତିଶତ ନଂ ରଖି ଅଂଚଳ ପାଇଁ ଗୌରବ ଆଣିଲେ ଚିନ୍ତାମଣି |ନିଜ ବାସ ଭବନରେ ଡାକି ଶୁଭେଚ୍ଛା ଜଣେଇଲେ ବିଧାୟକ ।

Jun 29, 2025 - 15:37
Jun 29, 2025 - 15:44
 0  356
+2 ପରୀକ୍ଷାରେ 93ପ୍ରତିଶତ ନଂ ରଖି ଅଂଚଳ ପାଇଁ ଗୌରବ ଆଣିଲେ ଚିନ୍ତାମଣି |ନିଜ ବାସ ଭବନରେ ଡାକି ଶୁଭେଚ୍ଛା ଜଣେଇଲେ ବିଧାୟକ ।

ଚନ୍ଦାହାଣ୍ଡି ,୨୯l୬(ଷ୍ଟାର ନିୟୁଜ): ନବରଙ୍ଗପୁର ଜିଲ୍ଲା ର ଚନ୍ଦାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳର ଝୀଅ ଯୁକ୍ତ ଦୁଇ ପରୀକ୍ଷାରେ 93 ପ୍ରତିଶତ ନମ୍ବର ରଖି ପାସ କରି ନିଜ ବ୍ଲକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି |ଏହି ଖବରଟି ଝରିଗାଁ ବିଧାୟକ ନରସିଂହ ଭତରାଙ୍କ କର୍ଣ୍ଣ ଗୋଚର ହେବା ପରେ ଝୀଅକୁ ନିଜ ବାସ ଭବନକୁ ଡକେଇ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି |ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଂଚାୟତ ସଦର ମହକୁମା ନିବାସୀ ପରମାନନ୍ଦ ଗୌଡ଼ ଓ ଉମାକାନ୍ତି ଗୌଡ଼ଙ୍କ ତିନି ସନ୍ତାନ ମଧ୍ୟରେ ସବୁଠାରୁ ବଡ଼ ଝୀଅ ହେଉଛନ୍ତି ଚିନ୍ତାମଣି |ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାବେଳୁ ପାଠ ପ୍ରତି ତାଙ୍କର ରହିଥିଲା ପ୍ରବଳ ରୁଚି |ସେ ପ୍ରଥମ ରୁ ଦଶମ ଯାଏ ନିଜ ଗାଁ ବିଦ୍ୟାଳୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ |ସ୍କୁଲ ସମୟରେ ମଧ୍ୟ ସେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରିୟ ଛାତ୍ରୀ ଥିଲେ |ଦଶମ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ବ୍ଲକ ଟପ୍ପର ହୋଇଥିଲେ |ଝୀଅର ଉତୀର୍ଣ୍ଣତାରେ ପିତାମାତା ଆନନ୍ଦିତ ହୋଇ ଧାର କରଜ କରି ଝୀଅକୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରଗତି କଲେଜରେ ବିଜ୍ଞାନ ବିଭାଗ ରେ ନାମ ଲେଖେଇ ଦେଇଥିଲେ |ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ପିତାମାତା ତଥା ନିଜ ଅଞ୍ଚଳର ଟେକ ରଖିଛନ୍ତି |ନିଜ ନିର୍ବାଚନ ମଣ୍ଡଳୀର ଝୀଅର ଏଭଳି ସଫଳତାରେ ନିଜେ ବିଧାୟକ ମଧ୍ୟ ଗର୍ବ ଅନୁଭବ କରିଛନ୍ତି ଓ ଚିନ୍ତାମଣି କୁ ଶୁଭେଚ୍ଛା ଜଣେଇବା ସହିତ ତାର ଆଗାମୀ ଭବିଷ୍ୟତ ଉଜ୍ଜଳ ମୟ ହେଉ ବୋଲି କାମନା କରିଛନ୍ତି |ଏହି ଖୁସିର ମୁହୁର୍ତରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତି ନବକିଶୋର ଗୌଡ଼, ପଂଚାୟତ ସଭାପତି ସଚିନ୍ଦ୍ର ଗୋପାଳ,କୋଈଲିମୁଣ୍ଡା ପଂଚାୟତର ସମିତି ସଭ୍ୟ ମୁନା ପୋଡ଼, ଗାଇଡ଼ ଶିକ୍ଷକ ଗୁପ୍ତେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ଚିନ୍ତାମଣିକୁ ଶୁଭେଚ୍ଛା ଜଣେଇବା ସହ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow