ଅନ୍ନପୂର୍ଣ୍ଣା ଯୋଜନାର ବଡ଼ ଉପହାର : ହିତାଧିକାରୀଙ୍କୁ ମିଳିବ ୧୦ କେଜି ମାଗଣା ଚାଉଳ

Jun 07, 2026 - 19:47
0 15
ଅନ୍ନପୂର୍ଣ୍ଣା ଯୋଜନାର ବଡ଼ ଉପହାର : ହିତାଧିକାରୀଙ୍କୁ ମିଳିବ ୧୦ କେଜି ମାଗଣା ଚାଉଳ

କେସିଙ୍ଗା/ଭୁବନେଶ୍ୱର, ତା. ୭/୬ (ଷ୍ଟାର ନ୍ୟୁଜ ଓଡ଼ିଶା): ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (MAPY) ଆସନ୍ତା ୧୨ ତାରିଖରେ ଔପଚାରିକ ଭାବେ ଲଞ୍ଚ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଯୋଜନାର ଶୁଭାରମ୍ଭ କରିବେ।

ଏହି ଯୋଜନା ଅନୁସାରେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ଥିବା ହିତାଧିକାରୀମାନେ ବର୍ତ୍ତମାନ ମିଳୁଥିବା ୫ କେଜି ଚାଉଳ ସହ ଅତିରିକ୍ତ ୫ କେଜି ଚାଉଳ ପାଇବେ। ଫଳରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୋଟ ୧୦ କେଜି ଚାଉଳ ମାଗଣାରେ ମିଳିବ। 

ରାଜ୍ୟର ପ୍ରାୟ ୩.୨୮ କୋଟିରୁ ଅଧିକ ଲୋକ ଏହି ଯୋଜନାର ସୁବିଧା ପାଇବେ। ବିଶେଷ କରି ଗରିବ, ନିମ୍ନ ଆୟ ବର୍ଗ ଓ ଖାଦ୍ୟ ସୁରକ୍ଷା ଉପରେ ନିର୍ଭରଶୀଳ ପରିବାରମାନଙ୍କ ପାଇଁ ଏହା ଏକ ବଡ଼ ସହାୟତା ସାବ୍ୟସ୍ତ ହେବ। ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହ ସାଧାରଣ ଲୋକଙ୍କ ଜୀବନଯାପନରେ ସହାୟକ ହେବାକୁ ଲକ୍ଷ୍ୟ ରଖିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User