କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ଭେଟଘାଟ

Aug 29, 2025 - 07:33
0 23
କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ଭେଟଘାଟ

ଜୟପାଟଣା ୨୮/ ୮(ଷ୍ଟାର ନିୟୁଜ ଓଡିଶା )ପଶ୍ଚିମ ଓଡ଼ିଶାର କୃଷି ଭିତ୍ତୀକ ଗଣପର୍ବ ନୁଆଁଖାଇ ଉପଲକ୍ଷେ କଳାହାଣ୍ଡି. ଜିଲ୍ଲା ରେ ବଡ ଆଡମ୍ବର ରେ ପାଳନ l
ସମଗ୍ର ପଶ୍ଚିମ ଓଡ଼ିଶା ପରି ଆଜି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପାଳନ ହେଉଛି ମହାନ ଗଣ ପର୍ବ ନୁଆଁଖାଇ । ଘରେ ଘରେ ଖିରିପିଠା ରେ ମହକି ଯାଉଛି ପରିବେଶ । ସ୍ନେହ ସଂପର୍କ ଓ ଭାଇଚାରାର ସନ୍ଦେଶ ଦେଇ ଚାଲିଛି ଏହି ନୁଆଁଖାଇ । ନୁଆ କପଡା ,ନୁଆ ଧାନ, କୁରେଇ ପତ୍ର, ନୁଆ ହାଣ୍ଡି ,ନୁଆ ଚୁଡା ଆଦି ସଂଗ୍ରହ କରିବା  ପଶ୍ଚିମ ଓଡିଶାର, ସମଲେଶ୍ୱରୀ, ପାଟଣେଶ୍ୱରୀ,
ଦଧିବାମନ , ବୁଢାରଜା ଆଦି ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୁଆଁ ଧାନରେ ପ୍ରସ୍ତୁତ ଚୁଡା ଖିରି କୁରେଇ ପତ୍ର ରେ ନିଜ ଇଷ୍ଟ ଦେବୀ ଏବଂ ଗ୍ରାମ ଦେବୀ କୁ ସମର୍ପଣ କରିବା ପରେ ଗାଁ ରୁ ସହର ସବୁଆଡେ ପାଳିତ ହୋଇଛି ନୁଆଁଖାଇ ।  କେଉଁ କେଉଁ ସ୍ଥାନରେ ପରିବାର ମଧ୍ୟରେ ନୁଆଁଖାଇ ପାଳିତ ହୋଇଥିଲା ତ କେଉଁଠି ସାମୁହିକ ଭାବେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଗାଁ ବାସୀ ମଧ୍ୟ ନୁଆଁ ଖାଇବା ଦେଖିବାକୁ ମିଳିଥିଲା । ଏହା ପରେ ଆରମ୍ଭ ହୋଇଥିଲା ନୁଆଖାଇ ଭେଟଘାଟ । ଘରର ଛୋଟ ବୟଷ୍କ ମାନେ ବଡ ମାନଙ୍କୁ ମୁଣ୍ଡିଆ ଆର୍ଶିବାଦ ନେଇଥିଲେ । ନୁଆଖାଇ ତିହାର ଆଣିଛେ ନୂଆ ସପନ ନୂଆ ଆଶା,  ହସି ଖେଳି କରି ବିତୁ ଏଇ ବଛର ମା ମାଣିକେଶ୍ଵରୀ ଆରୁ ସମଲେଶ୍ବରୀ ଭରସା ଆମର୍ ପରବ୍ ଆମର୍ ଗରବ୍, ଆମର ବଡ଼ଖା ତିହାର, ଓଡିଶାର୍ ଗଣ ପରବ୍ ଆମର୍ ନୂଆଁଖାଇ ତିହାର୍ । ମାଁ ସମଲେଇ, ମାଁ ମାଣିକେଶ୍ବରୀ ଆମର୍ ସବୁ କଳାହାଣ୍ଡି ଜିଲ୍ଲା ବାସୀଙ୍କୁ ନିଜର ପନତ୍ କାନି ସାଇତି ରଖୁନ୍ । ଆପନ୍ ମାନ୍‌କଁର୍ ଜୀବନ୍ ନେ, ପରିବାର୍ ନେ ସୁଖ, ଶାନ୍ତି,  ସମୃଦ୍ଧି ରହୁ ଆଉ ସଭେଁ ନିରୋଗ ଜୀବନ ଜିଉଁନ୍, ଇଟା କାମ୍‌ନା ନୂଆଁ ଖାଇଲେ ହେସି ନୂଆଁ, ନୂଆଁ ଚିନ୍ତା ଆର୍ ନୂଆଁ ଆଶା। ନୂଆଁଖାଇ ପରବ୍ ର ନୂଆଁଖାଇ ଜୁହାର ମାଁ ମାଣିକେଶ୍ୱରୀ, ମାଁ ଲଙ୍କେଶ୍ୱରୀ, ମାଁ ଡୋକରି ବୁଡ଼ି ଏବଂ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଠାରେ ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ର ଭବାନୀପାଟଣା, ଜୁଗସାଇପାଟଣା,
ଜୟପାଟଣା, ଥୁଆମୁଳ ରାମପୁର ଆଦି ଅଂଚଳରେ ଆସନ୍ତା ଦଶମୀ ତିଥିରେ ପାଳିତ ହେବ ନୂଆଖାଇ ପର୍ବ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User