ଜଟାବାଳ ଠାରେ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

Nov 26, 2025 - 17:43
0 71
ଜଟାବାଳ ଠାରେ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

ପାପଡାହାଣ୍ଡି,୨୬l୧୧ (ଷ୍ଟାର ନିୟୁଜ ଓଡିଶା):ଓଡିଶାର ସୁନାମଧନ୍ୟ ଗାୟକ ତଥା ଓଡ଼ିଆ ଇଣ୍ଡଷ୍ଟ୍ରିର ଗର୍ବ ଏବଂ ଗୌରବ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଳ ପଞ୍ଚାୟତ ସଦର ମହକୁମା ଠାରେ ଖ୍ରୀଷ୍ଟିଆନ କମ୍ୟୁନିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି |ଏଥିରେ ଜଟାବାଳର ସମସ୍ତ ଖ୍ରୀଷ୍ଟିୟ ମହିଳା, ପୁରୁଷ, ଯୁବକ, ଯୁବତୀ ଓ କୁନି କୁନି ପିଲାମାନେ ସାମିଲ ହୋଇ କ୍ୟାଣ୍ଡେଲ ଜାଳି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଲା |ସମସ୍ତେ ହାତରେ କ୍ୟାଣ୍ଡେଲ ଧରି ହ୍ୟୁମାନ ସାଗର ଅମର ରହେ ବୋଲି ନାରା ଦେବା ସହିତ ଅନ୍ୟାନ୍ୟ ନାରା ସବୁ ଦେଇ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି |ପରେ ଏକ ବୈଠକର ଆୟୋଜନ କରି ଉକ୍ତ ବୈଠକରେ ହ୍ୟୁମାନ ସାଗରଙ୍କ ଜୀବନୀ, ତାଙ୍କ କର୍ମମୟ ଜୀବନ ଓ ଓଡିଆ ଇଣ୍ଡଷ୍ଟ୍ରିକୁ ତାଙ୍କ ମହାନ ଅବଦାନ ଉପରେ ଆଲୋକପାତ କରାଯାଇଥିଲା |ସେ ଓଡ଼ିଆ ଇଣ୍ଡଷ୍ଟ୍ରି ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟ ମାନଙ୍କ ପାଇଁ ଯେତେ ସବୁ ଗୀତ ଗାଇଛନ୍ତି ସେସବୁ ଗୀତ ଜନସାଧାରଣଙ୍କ ହୃଦୟରେ ଚିରଦିନ ପାଇଁ ବଞ୍ଚି ରହିବ ଓ ଗୀତ ମାଧ୍ୟମରେ ଆମ ଭିତରେ ସେ ବଞ୍ଚି ରହିବେ ବୋଲି ସମସ୍ତେ କହିଥିଲେ |ଏହି କାର୍ଯ୍ୟକ୍ରମକୁ ଜଟାବାଳ ଖ୍ରୀଷ୍ଟିଆନ କମ୍ୟୁନିଟିର ସଭାପତି ଦିଲୀପ କୂଳଦୀପ, ଉପ ସଭାପତି ହପ୍ଲେନ କୂଳଦୀପ, ସେକ୍ରେଟେରୀ ଟୁକୁ ବାଘ, ସୁବାସ ଚେଟି, କୋଷାଧକ୍ଷ ମହେନ୍ଦ୍ର କୂଳଦୀପ, ଉପଦେଷ୍ଟା ମାନଙ୍କ ମଧ୍ୟରେ ମାନୁଏଲ ଖୁରା, ବାବୁନୁ ନାୟକ ସୁଶୀଳ ବାଘ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User