ଜୁଲାଇ ୦୧ ରେ ଭାରତ ବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀ।

Jun 29, 2025 - 21:17
Updated: 1 year ago
0 75
ଜୁଲାଇ ୦୧ ରେ ଭାରତ ବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀ।

କଳାହାଣ୍ଡି:୨୯/୦୬/୨୫: (ଷ୍ଟାରନିୟୁଜ ଓଡିଶା)ଭାରତ ମୁକ୍ତି ମୋର୍ଚ୍ଚା,ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା,ବହୁଜନ କ୍ରାନ୍ତି ମୋର୍ଚ୍ଚା,ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା  ତରପରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା  ବାମ୍ ସେଫ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆସନ୍ତା ଜୁଲାଇ ୧ ତାରିଖରେ ସାରା ଦେଶରେ ଭାରତ ବନ୍ଦ କାର୍ଯ୍ୟକ୍ରମ ରଖିଥିବା ପ୍ରକାଶ କରିଛନ୍ତି। ଏଲେକ୍ଟନିକ ଭୋଟିଙ୍ଗ ମେସିନ (EVM) କୁ ବିରୋଧ। ଓବିସି ଜାତି ଭିତ୍ତିକ ଜନଗଣନା ଦାବି। ବିହାର ରାଜ୍ୟର ବୁଦ୍ଧଗୟା  ମନ୍ଦିର ନିୟମ ୧୯୪୯ କୁ ପ୍ରତିବାଦ , ଆର୍ ଏସ ଏସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ଵାରା ବହୁଜନ ମୂଳନିବାସୀ ମହାପୁରୁଷମାନଙ୍କୁ ଅପମାନ କରିଥିବାରୁ ବିରୋଦ୍ଧ। ଓଡ଼ିଶାରେ ଏସ ସି,ଏସ ଟି, ଓବିସି ମାନଙ୍କୁ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ। କଳାହାଣ୍ଡିରେ ଜାତୀୟ ରାଜପଥ ୨୬ କୁଟୃଖମାର ଠାରେ ଏବଂ ଜୁନାଗଡ କାଲୋପଲ ଛକ ଠାରେ ଅକ ଚକ ବନ୍ଦ କରି ଭାରତ ବନ୍ଦ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ,ରାଷ୍ଟ୍ରୀୟ ମୂଳନି ବାସୀ ବହୁଜନ କର୍ମଚାରୀ ସଂଘ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବାମ ସେଫ ବରିଷ୍ଟ କାର୍ଯ୍ୟକର୍ତ୍ତା କମଳାକାନ୍ତ ଖର୍ସେଲ।
 କେସିଙ୍ଗା ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User