ନିଆଁ ଲାଗି ଦୋକାନ ଗୃହ ସମ୍ପୂର୍ଣ୍ଣ ନଷ୍ଟ ,ସହାୟତା ଅପେକ୍ଷାରେ ଅସହାୟ ପରିବାର।

Jan 29, 2026 - 19:08
0 170
ନିଆଁ ଲାଗି ଦୋକାନ ଗୃହ ସମ୍ପୂର୍ଣ୍ଣ ନଷ୍ଟ ,ସହାୟତା ଅପେକ୍ଷାରେ ଅସହାୟ ପରିବାର।

ଫିରିଙ୍ଗିଆ ,୨୯l୧(ଷ୍ଟାର ନିୟୁଜ):ନିଆଁ ଲାଗି ଦୋକାନ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଅସହାୟ ପରିବାର ।ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ପଂଚାୟତ ଅନ୍ତର୍ଗତ କାଳି ପଙ୍ଗା ଗ୍ରାମରେ ।ଗ୍ରାମର ପ୍ରତାପ କୁମାର ସାହୁ ନିଜ ସାହୁକାରଙ୍କ ଘରେ ସପରିବାର ରହୁଥିଲେ ।ଘରେ ମୋଟ ୫ବଖରା ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବଖରାକୁ ଦୋକାନ ଘର କରି ପେଟପାଟଣା କରୁଥିଲେ ।ଦୀର୍ଘ ବର୍ଷ ଧରି ଦୋକାନ କରିଥିବା ପ୍ରତାପଙ୍କ ମୁଣ୍ଡରେ ଏବେ ଚଡକ ପଡିଛି ।ବୁଧବାର ପୂର୍ବାହ୍ନ ପ୍ରାୟ ୧୦:୩୦ଘଂଟିକା ସମୟରେ ଅଚାନକ ଘରେ ନିଆଁ ଲାଗି ଯିବାରୁ ପାଞ୍ଚ ବଖରା ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି ।ଦୋକାନ ଘରେ ଥିବା ସମସ୍ତ ସାମଗ୍ରୀ ସହିତ ଅନ୍ୟାନ୍ୟ ବଖରା ମାନଙ୍କରେ ଥିବା ଟଙ୍କା ପଇସା, ଲୁଗାପଟା, ଧାନଚାଉଳ ତଥା ସମସ୍ତ ଆସବାବପତ୍ର ସବୁ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି ।ତେବେ ଗ୍ୟାସ ଲିକେଜ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।ଖବର ଶୁଣି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଖବର ପାଇଁ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରି ରାଜସ୍ବ ନିରୀକ୍ଷକ ଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାକୁ କହିବି ବୋଲି କହିଥିଲେ ।ରାଜସ୍ବ ନିରୀକ୍ଷକ ତଦନ୍ତ ରିପୋର୍ଟ ଦେବା ପରେ ସରକାରୀ ସହାୟତା ମିଳିବ ବୋଲି କହିଛନ୍ତି ।ତତ ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ମଧ୍ୟ ପ୍ରଦାନ କରିଛନ୍ତି ।ତହସିଲଦାରଙ୍କ ମହାନୀୟତା ଦେଖି ପରିବାର ବର୍ଗ ଓ ଗ୍ରାମବାସୀ ତହସିଲଦାରଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User