ଲକ୍ଷାଧିକ ଟଙ୍କା ର କେନ୍ଦୁ ପତ୍ର ଚୋରା ଚାଲାଣ ଗାଡି କୁ ଧରିଲା ବନ ବିଭାଗ, ଡ୍ରାଇଭର ଫେରାର ହେଲପର କୁ କାବୁକଲେ ବନବିଭାଗ କର୍ମଚାରୀ l

May 03, 2025 - 17:43
0 46
ଲକ୍ଷାଧିକ ଟଙ୍କା ର କେନ୍ଦୁ ପତ୍ର ଚୋରା ଚାଲାଣ ଗାଡି କୁ ଧରିଲା ବନ ବିଭାଗ, ଡ୍ରାଇଭର ଫେରାର ହେଲପର କୁ କାବୁକଲେ ବନବିଭାଗ କର୍ମଚାରୀ l

କଳାହାଣ୍ଡି,୩l୫(ଷ୍ଟାରନିଉଜ ଓଡିଶା ): କୋକସରା ବ୍ଲକ ରୁ ବାହାର ରାଜ୍ୟ କୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଏକ ୧୧୦୯ ଗାଡି ଶୁକ୍ରବାର ସନ୍ଧ୍ୟାରେ ଧରାପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ କେନ୍ଦୁପତ୍ର ବୋଝେଇ ସିଜି ୦୪ ଜେଡି ୩୩୧୯ ନମ୍ବର ଏକ ଗାଡିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ ହେଁ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପରେ ବନବିଭାଗ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇ ଯାଇଥିଲେ। ଆମପାଣି ପଞ୍ଚାୟତ କନ୍ଦାଗଡ ଠାରୁ ରାବନଗୁଡା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେଲା କେନ୍ଦୁପତ୍ର ଚୋରାଚାଲାଣ ହେଉ ଥିବା ଅଭିଯୋଗ ହେଉଛି । ଯାହା ଫଳରେ କେନ୍ଦୁପତ୍ର ବିଭାଗ କର୍ମଚାରୀ ମାନେ କାମଧନ୍ଦା ହରାଉଥିବା ବେଳେ ଦଲାଲ ମାନେ ମାଲାମାଲ ହେଉଛନ୍ତି ।ଜବତ ଗାଡି ରୁ 110 ବସ୍ତା କେନ୍ଦୁ ପତ୍ର ଥିବା ର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଧର୍ମଗଡ ରେଞ୍ଜର |ଘଟଣା ସ୍ଥଳ ରେ ଏ ସି ଫ ଓମ୍ କାର ଦାସ, ରେଞ୍ଜର ଧର୍ମଗଡ଼, ଆମପାଣି ଫରେଷ୍ଟର, ବେହେରା ଫରେଷ୍ଟ ର ଓ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ |ଜବତ ଗାଡି କୁ ଆମପାଣି ଥାନା କୁ ନେଇ ରଖା ଯିବା ନେଇ ସୂଚନା ମିଳିଛି |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 2
Wow Wow 0
Sad Sad 0
Angry Angry 0

Comments (0)

User