ଅନୁଷ୍ଠିତ ହେଲା ଦଶହରା ପୂଜା ପାଇଁ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ବହି ପୂଜା କାର୍ଯ୍ୟକ୍ରମ I

Sep 08, 2025 - 17:59
0 202
ଅନୁଷ୍ଠିତ ହେଲା ଦଶହରା ପୂଜା ପାଇଁ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ବହି ପୂଜା କାର୍ଯ୍ୟକ୍ରମ I

ଫିରିଙ୍ଗିଆ, ୮l୯(ସ.ପ୍ର) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ମିନିଆ ଗାଁ ରେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ ଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ ଏଇ ଫଗୁଣରେ ବାଜିବ ବାଜା ର ବହିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗାଁ ର ଦଶଭୁଜା ନାଟ୍ୟ ସଂସଦ ର କଳାକାର ମାନଙ୍କୁ ନେଇ ନାଟକ ଟି ପରିବେଷଣ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ସରପଞ୍ଚ ତଥା ଯାତ୍ରା କମିଟି ର ସଭାପତି ଗୌତମ ମଳିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବହି ପୂଜା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମିଟି ର ଉପ ସଭାପତି ମନୋଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିଶ୍ୱମ୍ଭର ପ୍ରଧାନ,ମ୍ୟାନେଜର ଭଲଭଦ୍ର ଦିଗାଲ,ସମ୍ପାଦକ ବିଜୟ ମଳିକ,କୋଷାଧକ୍ଷ ଜିତେନ୍ଦ୍ର ଭୁକ୍ତା,ନାଟ୍ୟ ପରିଚାଳକ ପ୍ରଶାନ୍ତ ଦିଗାଲ,ଟହଲିଆ ମଣ୍ଟୁ ଦିଗାଲ, ଯାତ୍ରା କମିଟିର ଉପଦେଷ୍ଟା ଭାବଗ୍ରାହୀ ଭୁକ୍ତା,ଆକାଶ କୁମାର ଭୁକ୍ତା,ବାଲ୍ମୀକି ଭୁକ୍ତା ବ୍ରଜେନ୍ଦ୍ର ଭୁକ୍ତା,ବୁଦ୍ଧିରାଜ ବଗର୍ତି,ଟୁନା କୁମାର ମଳିକ,ଅସଲ ଦାସ ଦିଗାଲ,ବରାଳ ଦେବୀ ପୂଜକ ରାଜ କିଶୋର ଭୁକ୍ତା,କବିଚନ୍ଦ୍ର ମଳିକ,ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସହ ସମସ୍ତ ଉପସ୍ଥିତ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଜିଲ୍ଲାର ଜଣାଶୁଣା ନାଟ୍ୟ ନିର୍ଦେଶକ ସୁବ୍ରତ କୁମାର ମହାନ୍ତି ଙ୍କ ବଳିଷ୍ଠ ନିର୍ଦେଶନା ରେ ନାଟକଟି ମଞ୍ଚସ୍ଥ ହେବାକୁ ଯାଉଛି I ତେବେ ଆସନ୍ତା ଅକ୍ଟୋବର ଚାରି ତାରିଖ ମିଣିଆ ପଞ୍ଚାୟତ ସମ୍ମୁଖ ଯାତ୍ରା ପଡିଆରେ ନାଟକ ଟି ମଞ୍ଚସ୍ଥ ହେବା ପାଇଁ କମିଟି ତରଫରୁ ସ୍ଥିର କରାଯାଇଛି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User