ଆଜି କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଖାଇ।

Sep 2, 2025 - 17:06
 0  4
ଆଜି କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଖାଇ।

ଭବାନୀପାଟଣା ତା.୨/୯(ଷ୍ଟାର ନିୟୁଜ ଓଡିଶା )ନୂଆ ଖାଇବେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ। ଚଳଚଞ୍ଚଳ ଗଡ଼ଜାତ ର ପୁରପଲ୍ଲୀ। ଏନେଇ  କଳାହାଣ୍ଡି ମହାରାଜାଙ୍କ ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ପବିତ୍ର ଦଶମୀ ତିଥିର ସକାଳ ୮ଟା ୪୫ରୁ ୯ଟା ୫ ମି. ମଧ୍ୟେ ମାଁ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ଥିଲା। ଏହାପରେ ସର୍ବସାଧାରଣ ସକାଳ ୧୦.୫୫ ରୁ ମଧ୍ୟାହ୍ନ ୧ଟା ମଧ୍ୟରେ ନୂଆ ଖାଇବେ। ସେହିପରି ମାଣିକେଶ୍ବରୀ ଓ ମଦନପୁର ରାମପୁରର ଡୋକରି ଦେବୀଙ୍କ ଠାରେ ନୂଆ ଲାଗି ହେବାପରେ ମ.ରାମପୁର ବାସୀ ନୂଆ ଖାଇବେ। ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ନୂଆଖାଇ ପାଳନ କରିବେ। ଘରେ ଘରେ ଖିରିପିଠା ରେ ମହକି ଯାଉଛି ପରିବେଶ । ସ୍ନେହ ସଂପର୍କ ଓ ଭାଇଚାରାର ସନ୍ଦେଶ ଦେଇ ଚାଲିଛି ଏହି ନୁଆଁଖାଇ । ନୁଆ କପଡା ,ନୁଆ ଧାନ, କୁରେଇ ପତ୍ର, ନୁଆ ହାଣ୍ଡି ,ନୁଆ ଚୁଡା ଆଦି ସଂଗ୍ରହ କରିବା   ନୁଆଁ ଧାନରେ ପ୍ରସ୍ତୁତ ଚୁଡା ଖିରି ପ୍ରସ୍ତୁତ   ଘରର ଛୋଟ ବୟଷ୍କ ମାନେ ବଡ ମାନଙ୍କୁ ମୁଣ୍ଡିଆ ଆର୍ଶିବାଦ ନେଇଥାନ୍ତି । ନୁଆଖାଇ ତିହାର ଆଣିଛେ ନୂଆ ସପନ ନୂଆ ଆଶା,  ହସି ଖେଳି କରି ବିତୁ ଏଇ ବଛର ମା ମାଣିକେଶ୍ଵରୀ ଆରୁ ଭରସା ଆମର୍ ପରବ୍ ଆମର୍ ଗରବ୍, ଆମର ବଡ଼ଖା ତିହାର, ଓଡିଶାର୍ ଗଣ ପରବ୍ ଆମର୍ ନୂଆଁଖାଇ ତିହାର୍ । ମାଁ ମାଣିକେଶ୍ବରୀ ଆମର୍ ସବୁ କଳାହାଣ୍ଡି ଜିଲ୍ଲା ବାସୀଙ୍କୁ ନିଜର ପନତ୍ କାନି ସାଇତି ରଖୁନ୍ । ଆପନ୍ ମାନ୍‌କଁର୍ ଜୀବନ୍ ନେ, ପରିବାର୍ ନେ ସୁଖ, ଶାନ୍ତି,  ସମୃଦ୍ଧି ରହୁ ଆଉ ସଭେଁ ନିରୋଗ ଜୀବନ ଜିଉଁନ୍, ଇଟା କାମ୍‌ନା ନୂଆଁ ଖାଇଲେ ହେସି ନୂଆଁ, ନୂଆଁ ଚିନ୍ତା ଆର୍ ନୂଆଁ ଆଶା। ନୂଆଁଖାଇ ପରବ୍ ର ନୂଆଁଖାଇ ଜୁହାର ମାଁ ମାଣିକେଶ୍ୱରୀ,  ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ର ଭବାନୀପାଟଣା, ଜୁଗସାଇପାଟଣା,
ଜୟପାଟଣା, ଥୁଆମୁଳ ରାମପୁର ଆଦି ଅଂଚଳରେ ଦଶମୀ ତିଥିରେ ପାଳିତ ହୋଇଥିଲା ନୂଆଖାଇ ପର୍ବ । ନୂଆଖାଇ ଜୁହାର  ନୂଆଁ ଖାଇଲେ ହେସି ନୂଆଁ, ନୂଆଁ ଚିନ୍ତା ଆର୍ ନୂଆଁ ଆଶା।
ସମସ୍ତଙ୍କୁ ନୂଆଁଖାଇ ପରବ୍ ର ନୂଆଁଖାଇ ଜୁହାର 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

like

dislike

love

funny

angry

sad

wow