ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ହେବ ଅସ୍ତ୍ରୋପଚାର ଆସୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ କଲା କଳାହାଣ୍ଡି ବିଜେ

Jun 22, 2025 - 10:26
0 45
ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ହେବ ଅସ୍ତ୍ରୋପଚାର ଆସୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ କଲା କଳାହାଣ୍ଡି ବିଜେ

ଭବାନୀପାଟଣା, ତା :୨୨/୦୬(ଷ୍ଟାରନିୟୁଜ ଓଡିଶା)ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ମୁମ୍ବାଇ ଯାଇ ନବୀନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆସନ୍ତାକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି ।ସେପଟେ ନବୀନଙ୍କ ଅସୁସ୍ଥତା ନେଇ ସାରା ରାଜ୍ୟରୁ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଗତକାଲି ନବୀନ ଭୁବନେଶ୍ବର ଛାଡିବା ସମୟରେ ବହୁ ସଂଖ୍ୟାରେ ମହିଳା ଓ ବିଜେଡି ନେତା, କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସାରା ରାଜ୍ୟରେ ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କରାଯାଉଛି । କଳାହାଣ୍ଡି ଜିଲ୍ଲା ର ଇଷ୍ଟ ଦେବୀ ମାଁ ମାଣିକେଶ୍ବରୀ ଙ୍କ  ପୀଠରେ ବିଜେଡିର ବରିଷ୍ଠ ନେତା ସାରଦା ପ୍ରସନ୍ନ ସ୍ବାଇଁଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା ଓ ପୁରୁଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ କରିଛନ୍ତି । ଏହାସହ ମାଁଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଏଥିରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ମହିଳାମାନେ ହୁଳହୁଳି ପକାଇ ଉପାସ ରହି ନବୀନଙ୍କ ପାଇଁ ପୂଜା କରିଥିଲେ । ଶୀଘ୍ର ନବୀନ ସୁସ୍ଥ ହୋଇ ପୁଣି ଓଡିଶାକୁ ଆସି ଲୋକଙ୍କ ସେବା ଜାରି ରଖନ୍ତୁ ବୋଲି ସେମାନେ କାମନା କରିଛନ୍ତି ।ଏହି ଦୀପ ଦାନ ଅବସରରେ ପୌରାଧାକ୍ଷ୍ୟ ବିଷ୍ଣୁ ପ୍ରଧାନ, ପୂର୍ବତନ ନଗରପାଳିକା ସଂଯୁକ୍ତା ବେହେରା, ଏମଏଲଏ  ପ୍ରାଥୀନି ଲଳିତା ନାଏକ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିଲ୍ଲା ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପ୍ରଶାନ୍ତ ନାଏକ, ଅବିନାଶ ଠାକୁର, ମଧୁସୂଦନ ନାଗ, ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ମନୀନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ ପ୍ରମୁଖ ଦୀପ ଦାନ କରିଥିବା ସମୟରେ ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User