କୃଷକ ସହାସଙ୍ଘର ଆନ୍ଦୋଳନରେ ମହିଳା ଚାଷୀ ସାମିଲ।
ଝରିଗାଁ,୨୪l୧୨(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକାର ଅଭାବ ବିକ୍ରି ସହ ମଣ୍ଡିରେ ଧାନ କିଣିବା ଦାବି ନେଇ ଝରିଗାଁ ବ୍ଲକ କୃଷକ ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଁଚିଛି।ଆଜି ତୃତୀୟ ଦିନରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ମହିଳା ଚାଷୀ ବହୁ ମାତ୍ରାରେ ସାମିଲ ହୋଇଥିଲେ।ଆଜି ମଧ୍ୟ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସି ଥିବା ଟ୍ରାକ୍ଟର ଗୁଡିକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରାଯାଇଛି।ସେହିପରି ଝରିଗାଁ ବସ ଷ୍ଟାଣ୍ଡ ଛକରେ ମକା ଓ ଧାନ ବସ୍ତା ରଖି ପ୍ରତିବାଦ ଜଣାଇଛନ୍ତି।ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଛି ହେଲେ ମୁଠାଏ ଧାନ ଆଜି ପର୍ଯ୍ୟନ୍ତ କିଣା ଯାଇନାହିଁ।ସେହିପରି ମକା ଚାଷୀଙ୍କ ମକାକୁ ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ।ଯେଉଁ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇ ନାହିଁ ଏବଂ ଧାନ ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ କ୍ରୟ ହୋଇ ନାହିଁ ସେହି ଦିନ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିବ ବୋଲି ସ୍ଥାନୀୟ ଚାଷୀ ଚେତାବନୀ ଦେଇଛନ୍ତି।ଆଜିର ଆନ୍ଦୋଳନରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ଝରିଗାଁ ବ୍ଲକ କୃଷକ ସଂଘ ସଭାପତି ଆଶୋକ ମୂର୍ତ୍ତି,ପ୍ରେମା ପାଣ୍ଡେ,ତମ୍ବୁଦାସ ପନକା,ଏମ ଡ଼ି ଗଫୁର ସହ ବହୁ ଚାଷୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ଝରିଗାଁ ପୋଲିସ ମୁତୟନ ରହିଛନ୍ତି।ତିନି ଦିନ ଧରି ଅଖ ଚକ ବନ୍ଦ ଥିବା ଯୋଗୁଁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)