ଗଛରେ ପିଟି ହୋଇ ବାଇକ ଚାଳକ ମୃତ।
ଝରିଗାଁ,୧୮l୧୨(ଷ୍ଟାର ନିୟୁଜ ଓଡିଶା ):ଝରିଗାଁ ଥାନା ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟି ହେବା ଯୋଗୁଁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଭାଲୁ କନାଡ଼ି ଗ୍ରାମର କୁଶ ଭତ୍ରା(୩୮) ନିଜ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ ବାଇକ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦେଖିବା ପାଇଁ ଯାଇଥିଲେ।ସନ୍ଧ୍ୟା ସମୟରେ ନିଜ ଘରକୁ ଫେରିବା ସମୟରେ ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟି ହୋଇଯାଇଥିଲେ।ଫଳରେ ଘଟଣା ସ୍ଥଳରେ କୁଶ ଭତ୍ରାଙ୍କ ମୃତ୍ୟୁ ହୋଇ ଯାଇଥିଲା।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଝରିଗାଁ ଅଗ୍ନି ଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତ ଶରୀରକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଝରିଗାଁ ପୁଲିସ ସୂଚନା ଦେଇଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
1
Angry
0
Comments (0)