ଦୁଇ ମାସ ଗଲାନାହିଁ, ବର୍ଷାରେ ଦବିଗଲା ପି ଡବ୍ଲୁ ଡି ରାସ୍ତା ରାସ୍ତାର ମାନକୁ ନେଇ ଉଠିଲା ପ୍ରଶ୍ନ ।

May 21, 2025 - 12:24
0 205

ଝରିଗାଁ,୨୧l୫(ଷ୍ଟାର  ନିୟୁଜ ଓଡ଼ିଶା ): ଝରିଗାଁ ପି ଡବ୍ଲୁ ଡି ବିଭାଗ ପକ୍ଷରୁ ଧାମନାଗୁଡା ଠାରୁ ଝରିଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ହୋଇଥିଲା।ଜମି ସମସ୍ୟା ଯୋଗୁଁ ଝରିଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ରାସ୍ତା ନିର୍ମାଣ ହୋଇ ପାରୁ ନଥିଲା।ଜମି ସମସ୍ୟାର ସମାଧାନ ପରେ ଗତ ଦୁଇ ମାସ ତଳେ କଲଭେଟ ସହ ରାସ୍ତା ନିର୍ମାଣ ହୋଇଥିଲା।ତେବେ ବର୍ଷା ଯୋଗୁଁ ମାଟି ଧସିଯିବା ସହ ପିଚୁ ରାସ୍ତା ମଧ୍ୟ ଦବି ଯାଇଥିବା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ଦେଖିବା ପରେ ରାସ୍ତା କାମର ମାନକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି।କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ହେଉଥିବା ବେଳେ କେଉଁଭଳି ଭାବେ କେଉଁ କାରଣରୁ ରାସ୍ତା ନଷ୍ଟ ହେଲା ଏହାର ତଦନ୍ତ ଦାବି କରିଛନ୍ତି।ଧାମନାଗୁଡା ଛକ ଠାରୁ ଝରିଗାଁ ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ରାସ୍ତା ପିଡବ୍ଲୁଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା।ତେବେ ଝରିଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ଜମି ବିବାଦ ପାଇଁ ରାସ୍ତା ହୋଇ ପାରୁ ନଥିଲା।ଜମି ବିବାଦର ସମାଧାନ ହେବା ପରେ ବିଭାଗ ପକ୍ଷରୁ ଗତ ଦୁଇ ମାସ ତଳେ ରାସ୍ତା କାର୍ଯ୍ୟ ସହ କଲଭେଟ କାମ ସମ୍ପୂର୍ଣ୍ଣ ହୋଇଥିଲା।କାମ ସଠିକ ହୋଇ ନଥିବା ଯୋଗୁଁ ବର୍ଷାରେ ପିଚୁ ରାସ୍ତା ଏବଂ କଲଭେଟ ମଧ୍ୟ ଭାଗରେ ପଡିଥିବା ମାଟି ଉଭୟ ପାର୍ଶ୍ୱ ଦବି ଯାଇଥିବା ଅଭିଯୋଗ ହୋଇଛି।ମାଟି ଦବି ଯିବା ଯୋଗୁଁ କଲଭେଟ ନିକଟରେ ପିଚୁ ରାସ୍ତାର ଉଭୟ ପାର୍ଶ୍ୱ ମଧ୍ୟ ଦବି ଯାଇଛି।ଫଳରେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଦେଇଛି।ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହେବାର ଦୁଇ ମାସ ଭିତରେ ନଷ୍ଟ ହୋଇ ଯାଇଥିବା ବେଳେ ରାସ୍ତା କାମର ମାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।ଯଦି ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଅଧିକ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହେବାର ଆଶଙ୍କା ଦେଖା ଦେଇଛି।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।ଏଠାରେ ପ୍ରକାଶ ଯେ ଝରିଗାଁ-ଧାମନାଗୁଡା ରାସ୍ତା ନୂତନ ଭାବେ ନିର୍ମାଣ ହେବା ପରେ ଚନ୍ଦାହାଣ୍ଡି ଏବଂ ଝରିଗାଁ ବ୍ଳକର ପ୍ରାୟ ଲୋକ ନବରଙ୍ଗପୁର ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।ଏହି ରାସ୍ତାରେ ଗଲେ ଟ୍ରାଫିକ ସମସ୍ୟା ନଥିବା ସହ କମ୍ ସମୟ ମଧ୍ୟରେ ଡ଼ାବୁଗାଁ ପହଞ୍ଚି ହେଉଛି।ତେଣୁ ପ୍ରାୟ ଏହି ରାସ୍ତାରେ ଗାଡି ଚଳାଚଳ ସବୁ ବେଳେ ସବୁ ସମୟରେ ହୋଇଥାଏ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User