ବାଟବଣା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବଙ୍କୁ ମିଳୁନାହିଁ ଘର।

Dec 27, 2025 - 14:28
0 14
ବାଟବଣା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବଙ୍କୁ ମିଳୁନାହିଁ ଘର।

ଫିରିଙ୍ଗିଆ,୨୬।୧୨(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୁ ପଞ୍ଚାୟତ ସମୁକୁସା ଗ୍ରାମର ଜିମାଦେଇ କହଁର ଏକ ଭଙ୍ଗା ଦଦରା ଘରେ ଦୟନୀୟ ଭାବେ ଦିନ କାଟୁଛନ୍ତି । ପରିବାର କହିଲେ ୭ ଜଣ ଲୋକ। କୁଲି ମଜୁରି ଯାଇ ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି । ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ଜୀବନ । ଫେଲ୍ ମାରିଛି ସରକାରଙ୍କ ତରଫରୁ ଘର ଖଣ୍ଡିଏ । ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି ।ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରି ଯାପନ କରୁଛନ୍ତି । ଘରର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଜିମାଦେଇ କହଁର। ବର୍ଷାରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଛି । ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ମାଟି ଘରେ ହିଁ ବିତୁଛି ଜୀବନ । ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଆକର୍ଷଣ କରିବା ସହ ଜିମାଦେଇ କହଁରଙ୍କୁ ଆବାସଗୃହ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।ଅଭିଯୋଗକାରୀ ସୁନ୍ଦେରୀ କହଁର, ସାମାଜ ସେବୀ ବିବେକାନନ୍ଦ ପ୍ରଧାନ, ନାଭିଦତ୍ତ କହଁର, ସୁଗ୍ରୀବ କହଁର, ରିମି କହଁର, ଗଣେଶ୍ଵର କହଁର, ସୁମିତ୍ରା କହଁର, କୈଳାଶ କହଁର ଅନ୍ୟପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User