ବେଲଘର ଅଞ୍ଚଳବାସୀ ତିନି ଦିନ ହେବ ରାତ୍ର ଅନ୍ଧାରରେ

Oct 03, 2025 - 16:48
0 91
ବେଲଘର ଅଞ୍ଚଳବାସୀ ତିନି ଦିନ ହେବ ରାତ୍ର ଅନ୍ଧାରରେ

କନ୍ଧମାଳ ଜିଲ୍ଲା ତା. ୩/୧୦(ଷ୍ଟାର ନିୟୁଜ ଓଡିଶା) ତୁମୁଡିବନ୍ଧ ବ୍ଳକ ବେଲଘର ଅଞ୍ଚଳରେ ଦେଖିବାକୁ ମିଳିଛି। 
ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବେଲଘର ଥାନା ସମ୍ମୁଖରେ ଥିବା ଏକ ସାଗୁଆନ ଗଛ ବିଦ୍ୟୁତ ତାର ଉପରେ ପଡ଼ି ଯିବାରୁ ତାର ଛିଣ୍ଡିଯିବା ଫଳରେ ବିଦ୍ୟୁତ ସରବର ବନ୍ଦ ରହିଛି। ଅନ୍ଧାରରେ ବେଲଘର ଅଞ୍ଚଳବାସୀ। ବିଦ୍ୟୁତ ସରବର ବନ୍ଦ ସହିତ ଲଘୁଚାପ ଜନିତ ବର୍ଷା ଜନଜୀବନ ଉପରେ ପ୍ରଭାବକୁ ଦ୍ୱିଗୁଣିତ କରିଛି। ଯାହାକି ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ହେଉଛନ୍ତି। ଏହି ବାବଦରେ ସ୍ଥାନୀୟ ବେଲଘର ସରପଞ୍ଚ ଗୋବିନ୍ଦ ମାଝିଙ୍କୁ ପଚାରିବାରୁ ସେ ତିନି ଦିନ ଧରି ଆମ ଅଞ୍ଚଳରେ ବିଜୁଳି ନାହିଁ ବୋଲି କହିଛନ୍ତି
 ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ମରାମତି କାର୍ଯ୍ୟ କରିବାର ସରକାରଙ୍କ ନିର୍ଦ୍ଦେଶ ରହିଛି।ଏପର୍ଯ୍ୟନ୍ତ ତ୍ରୁଟି ସ୍ଥାନରେ ବିଭାଗୀୟ କର୍ମଚାରୀ ପହଞ୍ଚି ନାହାଁନ୍ତି କି ମରାମତି କାର୍ଯ୍ୟ କାହିଁକି କରୁ ନାହାନ୍ତି।ଏହି ପରିପ୍ରେକ୍ଷୀରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯଥାଶୀଘ୍ର ମରାମତି କାର୍ଯ୍ୟ କରାଯାଇ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସୀ କହିଛନ୍ତି।ଏହି ବାବଦରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ପ୍ରଭୂଦତ୍ତ ସାହୁଙ୍କୁ ପଚାରିବାରୁ ଅଭିଯୋଗ ପଞ୍ଜିକରଣ କିମ୍ବା ଉକ୍ତ ବିଷୟରେ ଆମ ପାଖରେ ଖବର ପାଇନାହିଁ ବୋଲି କହିଛନ୍ତି।ତେବେ ତୁରନ୍ତ ମରାମତି କାର୍ଯ୍ୟ କରାଯିବ ବୋଲି ବିଦ୍ୟୁତ ବିଭାଗୀୟ ଅଧିକାର ପ୍ରଭୁଦତ୍ତ ସାହୁ କହିଛନ୍ତି।

କନ୍ଧମାଳ ଜିଲ୍ଲାରୁ  ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ  ବଡ଼ସେଟ ଙ୍କ ରିପୋର୍ଟ  ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User