୪୨ ତମ ପାଣ ସମାଜ ପ୍ରତିଷ୍ଠା ଦିବସ ପାଳିତ।

May 21, 2025 - 17:22
0 55

ଫିରିଙ୍ଗିଆ,୨୧l୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଣ ସମାଜ କଲ୍ୟାଣ ଗୋଛାପଡା ଶାଖା ଅଧିନରେ ଥିବା ବାଲନ୍ଦାପଡା ଠାରେ ପାଣ ସମାଜ କଲ୍ୟାଣ କମିଟିର ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାଶିନିପଦର ପଞ୍ଚାୟତ ଗୃପ୍ କମିଟି ସଭାପତି ଶ୍ରୀଯୁକ୍ତ ସକିର୍ତ୍ତନ ଦିଗାଲ , ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଚକ୍ରପତି ଦିଗାଲ ପ୍ରମୁଖ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ଲୁଇସିଂ ପଞ୍ଚାୟତ ଗୃପ୍ ସଭାପତି ବିଶ୍ବନାଥ ଦିଗାଲ, କ୍ରାଣ୍ଡିବାଲି ପଞ୍ଚାୟତ ଗୃପ୍ ସଭାପତି ମନୋଜ ଦିଗାଲ, କାଶିନିପଦର ପଞ୍ଚାୟତ ଗୃପ୍ ଉପସଭାପତି ବାଳକୃଷ୍ଣ ଦିଗାଲ, ପୂର୍ବତନ ବାଲନ୍ଦାପଡା ଗୃପ୍ କମିଟି ସଭାପତି ଦିଲିପ ଦିଗାଲ , ଯୁବ ସାମ୍ବାଦିକ ସୁନାଶିର ଦିଗାଲ , ସମାଜ ସେବୀ ଜଗଦୀଶ ଦିଗାଲ ପ୍ରମୁଖ ଯୋଗ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ସ୍ଥାନୀୟ ଗୃପ୍ କମିଟି ସଭାପତି ଶ୍ରୀଯୁକ୍ତ ତ୍ରିଲୋଚନ ଦିଗାଲ, ସମ୍ପାଦକ ଗରୁଣ ଦିଗାଲ, ଉପସଭାପତି କିଆବନ ଦିଗାଲ, କୋଷାଧ୍ୟକ୍ଷ ମତିଲାଲ ଦିଗାଲ, ବୁଦ୍ଧଦେବ ଦିଗାଲ,ଯୁବ ସଭାପତି ସଞ୍ଜିବ କୁମାର ଦିଗାଲ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଗୋକୁଳ ଦିଗାଲ,ଲାସିଙ୍ଗା ଦିଗାଲ,ବାନ୍ଧବ ଦିଗାଲ , ଶାନ୍ତନୁ ଦିଗାଲ, ଲମ୍ବୋଦର ଦିଗାଲ,ବସିଷ୍ଟ ଦିଗାଲ, ନୀଳମଣି ଦିଗାଲ,ମହାବିର ଦିଗାଲ, ଉଦ୍ଦବ ଦିଗାଲ, ଶାନ୍ତନୁ ଦିଗାଲ,ଶିବ ଦିଗାଲ ଖଗେଶ୍ବର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କ୍ଷେତ୍ରରେ ସଂଗଠନ ସୃଦୃଢ଼ ରହିବା, ରାଜନୈତିକ ସୃଦୃଢ଼ ରଖିବା,ନିଜ ଅଧିକାର ପାଇବା, ସଂସ୍କୃତି ପରମ୍ପରାକୁ ବଜାଇ ରଖିବା ,ନିଜର ଜାତି କିଭଳି ଉନ୍ନତି ହେବ ସେ ଦିଗରେ ଆଲୋଚନା କରିବା ସହିତ ବିଭିନ୍ନ ପ୍ରକାର ବିଷୟରେ ଉପସ୍ଥିତ ଥିବା ମୁଖ୍ୟଅତିଥି, ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ମାନେ ଅଭିଭାଷଣ ରଖିଥିଲେ ଏବଂ ସମଗ୍ର କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ପାଣ ସମାଜକୁ ସଂଗଠିତ ଓ ସୃଦୃଢ଼ କରି ପାରିବା ପାଇଁ ସମସ୍ତ ପାଣ ସମ୍ପ୍ରଦାୟର ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User