୭୬ ତମ ବନ ମହୋତ୍ସବ ସପ୍ତାହ ପାଲିତ ହୋଇଯାଇଛି l

Jul 07, 2025 - 16:53
0 27
୭୬ ତମ ବନ ମହୋତ୍ସବ ସପ୍ତାହ ପାଲିତ ହୋଇଯାଇଛି l

କଳାହାଣ୍ଡି ଜିଲ୍ଲା ୭/୭(ଷ୍ଟାରନିୟୁଜ ଓଡିଶା)ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଭଟ୍ଟାଙ୍ଗପଦର  ସେକ୍ସନ ର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣ୍ଡୁରୀ ଓ ସରକା

ରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲି ଗତ ତା 03.07.2025  ଏବଂ କୁଟ୍ରୁଗୁଡା CAMPA ANR PLANTATION ଠାରେ ଗତ ତା 06.07.2025 ରିଖ ଦିନ ଚଳିତବର୍ଷ  76 ତମ  ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି CRC ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସା ଏବଂ ଶ୍ରୀଯୁକ୍ତ ପ୍ରବୀଣ କୁମାର ପଣ୍ଡା ଯୋଗଦାନ ଦେଇଥିଲେ |  ବିଦ୍ୟାଳୟରେ ଏକ ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଟାଙ୍ଗପଦର ସେକ୍ସନ ର  ବନପାଳ ଭାଗବତ ବେହେରା , ବନରକ୍ଷୀ ତୁଳସି ସ୍ୱାଇଁ , ବନରକ୍ଷୀ ମାନସ ସାହୁ ଏବଂ ବନରକ୍ଷୀ ମାନସ ରଞ୍ଜନ ବିଶ୍ୱାଳ ତଥା କୁଟ୍ରୁଗୁଡା ୱାର୍ଡ ସଭ୍ୟା ଶ୍ରୀମତୀ ସୁକାନ୍ତି ମାଝୀ,  କୁଟ୍ରୁଗୁଡା ବ. ସ. ସ. ର ସଭ୍ୟ /ସଭ୍ୟା  ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଉଦ୍ଧେଶ୍ୟ ଦିଗରେ  ଛାତ୍ରଛାତ୍ରୀ ତଥା ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ। ଏବଂ କାର୍ଯ୍ୟକ୍ରମ ରେ ଆମ ଜଙ୍ଗଲ ଯୋଜନା ର କର୍ମକର୍ତ୍ତା  ସୁବାସ ଚନ୍ଦ୍ର ନାଏକ,ଉମେଶ ଚନ୍ଦ୍ର ଗଉଡ଼,ସୁନୀଲ ରଣା ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, କୁଟ୍ରୁଗୁଡା   ଗ୍ରାମ ର ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଉପସ୍ଥିତ ରହି  କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।
କଳାହାଣ୍ଡି ଜିଲ୍ଲା ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User